ଆନସାରୀଙ୍କୁ ମନେପକାଇ ଥରିଲେ ବିଜେପି ନେତାଙ୍କ ପୁଅ

ନୂଆଦିଲ୍ଲୀ: ମରିଯାଇଛି ଗ୍ୟାଙ୍ଗଷ୍ଟର ମୁଖ୍‌ତାର । ମାତ୍ର ମରିନି ମୁଖ୍‌ତାରଙ୍କ ଏକେ-୪୫ ଗୁଳିରେ ପ୍ରାଣ ହରାଇଥିବା ବିଜେପି ନେତା କୃଷ୍ଣଚନ୍ଦ୍ର ରାୟଙ୍କ ପୁଅ ପିୟୁଷଙ୍କ ମନରୁ ଭୟ ଓ ଆତଙ୍କ । ସେଦିନର କଥାକୁ ମନେପକାଇ ଆଜି ମଧ୍ୟ ଶିହରି ଉଠନ୍ତି ପିୟୁଷ ।

୨୦୦୫ ନଭେମ୍ବର ମାସର ଘଟଣା । ବିଜେପି ବିଧାୟକ କୃଷ୍ଣଚନ୍ଦ୍ର ରାୟ ଗୋଟିଏ କ୍ରିକେଟ୍‌ ଟୁର୍ଣ୍ଣାମେଂଟ ଉଦ୍‌ଘାଟନ କରି ଘରକୁ ଫେରୁଥିଲେ । ଗାଜିପୁରର ଭୱରକୋଲ ପୋଲ ନିକଟରେ ତାଙ୍କ କାର ପଟୁଆର ଉପରକୁ ଅନ୍ଧାଧୁନିଆ ଗୁଳିମାଡ଼ ଆରମ୍ଭ ହୋଇଗଲା । ମୁଖ୍‌ତାର ଆନସାରୀ ଓ ତାଙ୍କ ଭାଇ ଅଫଜଲଙ୍କ ଇଙ୍ଗିତରେ ଗର୍ଜି ଉଠିଥିଲା ଏକେ-୪୭ । ପରଲୋକଗତ କୃଷ୍ଣଚନ୍ଦ୍ରଙ୍କ ନିକଟରୁ ନିର୍ବାଚନରେ ହାରିଯିବା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ ଅଫଜଲ ଓ ମୁଖ୍‌ତାର ।

ସଂପୃକ୍ତ ଘଟଣାର ୧୯ ବର୍ଷ ପରେ ମୁଖ୍‌ତାରଙ୍କ ମୃତ୍ୟୁକୁ ଭଗବାନଙ୍କ ବିଚାର ବୋଲି ମଣିଛନ୍ତି ପିୟୁଷ । ଜେଲ ଭିତରେ ମୁଖ୍‌ତାରଙ୍କୁ ବିଷ ଦିଆଯାଇ ମରାଯାଇଥିବା ଅଭିଯୋଗରେ ରାଜ୍ୟ ସରକାରଙ୍କୁ ଛନ୍ଦି ଦିଆଯାଇଛି । ତେବେ ଈଶ୍ୱର ମୁଖ୍‌ତାରଙ୍କ ପ୍ରତି ଉଚିତ ବିଚାର କରିଛନ୍ତି ବୋଲି ପିୟୁଷ କହିଛନ୍ତି ।