ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ

ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ଡଃ ବ୍ୟୋମକେଶ ରାୟଙ୍କସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି,ଜୋନ ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଯୁବକ ହେଉଛନ୍ତି ରାଜ୍ୟ ଗଠନର ସୂତ୍ରଧର । ରାଜ୍ୟର ଯୁବଗୋଷ୍ଠୀ
ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ ଓ ଚିନ୍ତାଶୀଳ ଅଟନ୍ତି ।

ସେଥିପାଇଁ ଓଡ଼ିଶାର ଯୁବବର୍ଗ ନବୀନ ବାବୁଙ୍କୁ ପାଞ୍ଚପାଞ୍ଚ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି ।ଆଗାମୀ ୨୦୨୪ ନିର୍ବାଚନ ବିଜୁ ଜନତା ଦଳର ବୃହତ ବିଜୟର ମଙ୍ଗ ଧରିବା ସହ ବିରୋଧୀଙ୍କ
ଅପପ୍ରଚାର ବିରୋଧରେ ଲଢେ଼ଇ ଜାରି ରଖିବା କ୍ଷେତ୍ରରେ ଗୁରୁମନ୍ତ୍ର ଦେଇଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷକାର୍ତ୍ତିକ ପାଣ୍ଡିଆନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଷଷ୍ଠ ଥର ଓଡ଼ିଶାରେ ବିଜୁ ଜନତା ଦଳ ଆଗାମୀ ନିର୍ବାଚନରେସମୃଦ୍ଧିର ଶିଖର ଛୁଇଁବ । ଜାତୀୟ ଦଳମାନଙ୍କ ପାଇଁ ଓଡ଼ିଶା ହେଉଛି ବିନ୍ଦୁ ଏବଂ ବିଜୁ ଜନତା ଦଳ ପାଇଁ ଓଡ଼ିଶାହେଉଛି ସିନ୍ଧୁ ।

ଜାତୀୟ ଦଳର ସାଂସଦମାନେ ରାଜ୍ୟର ସ୍ୱାର୍ଥ କଥା ସଂସଦରେ ନ ଉଠାଇ କେବଳ ନିଜ ସ୍ୱାର୍ଥକଥା ଚିନ୍ତା କରନ୍ତି ଏବଂ ଜାତୀୟ ଦଳର ସାଂସଦମାନେ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ଏବଂ ରାଜ୍ୟର
ବିକାଶକୁ ବିରୋଧ କରୁଛନ୍ତି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରାଜ୍ୟ ବିରୁଦ୍ଧରେ କାମ କରୁଛନ୍ତି, କିନ୍ତୁ ଆମପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗକୁ ନେଇଛନ୍ତି । ଖାଦ୍ୟ ସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ,ପ୍ରାକୃତିକ ବିପର୍ଯ୍ୟୟ, କୃଷିକର୍ମଣ ପୁରସ୍କାର ଏମିତି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହେଉଛି ।

ଓଡ଼ିଶା ଶ୍ରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର ଓଡ଼ିଶାବାସୀଙ୍କଆସ୍ଥା ରଖୁଥିବା ସମସ୍ତ ବଡ଼ ମନ୍ଦିର, ମସଜିଦ, ଚର୍ଚ୍ଚର ସବୁ ଧର୍ମାବଲମ୍ବୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ
ରୂପାନ୍ତରୀକରଣ କରିଛନ୍ତି । ଓଡ଼ିଶାର ରାଜ୍ୟର ପ୍ରାୟ ୮୦୦୦ରୁ ଊଦ୍ଧ୍ୱର୍ ବିଦ୍ୟାଳୟର ରୂପାନ୍ତରୀକରଣ କରି ଏକନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଛଅ ମାସ ମଧ୍ୟରେ ଲକ୍ଷ୍ମୀ ବସ ସେବା ଦ୍ୱାରା ସମସ୍ତ ଜିଲ୍ଲାରେ ପରିବହନ ଓ
ଗମନାଗମନକୁ ସୁଦୃଢ଼ କରାଯାଇଛି । ଓଡ଼ିଶାର ଯୁବବର୍ଗ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ରଯୁବ ବଜେଟ ଷଷ୍ଠ ପାଳିରେ ପ୍ରଥମ ଦିଗ ରହିଛି । ଯୁବବର୍ଗଙ୍କ ପାଇଁ ୨୦୨୪ରୁ ୨୦୩୪ ହେଉଛି ଯୁବଙ୍କଦଶନ୍ଧି । ନୂଆ-ଓ ବୃତ୍ତି ଦ୍ୱାରା ରାଜ୍ୟର ୯୮% ପିଲା ଛାତ୍ରବୃତ୍ତି ପାଉଛନ୍ତି, ଯେଉଁଠି ଅନ୍ୟ ସବୁ ରାଜ୍ୟରେ ଛାତ୍ରବୃତ୍ତି୨୦ରୁ ୨୫% ରହିଛି ।

ଏକ ସଶକ୍ତ ଓଡ଼ିଶା ନୂଆ ଓଡ଼ିଶା ଗଠନରେ ଯୁବମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିବୋଲି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିଜ ବକ୍ତବ୍ୟରେ କହିଥିଲେ ।ନିଜ ବକ୍ତବ୍ୟରେ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ବିରୋଧୀଙ୍କ ଅପପ୍ରଚାରକୁସାମାଜିକ ଗଣମାଧ୍ୟମରେ କଡ଼ା ଜବାବ ଦେବା ସହ ସାଙ୍ଗଠନିକ ସ୍ତରରେ ଯୁବ ଜନତା ଦଳର ଲଢେ଼ଇ ଦୁର୍ବାରରହିବ । ବିରୋଧୀ ଜାତୀୟ ଦଳ ପାଇଁ ନିଜ ପାର୍ଟି ଆଗ ଓ ମାଟି ପଛ, କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟିଓଡ଼ିଆଙ୍କ ବିକାଶ ସଦାସର୍ବଦା ଆଗରେ ରହିଛି ।ନିଜ ବକ୍ତବ୍ୟରେ ସାଧାରଣ ସମ୍ପାଦକ (ଛାତ୍ର ଯୁବ ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ,ମାନ୍ୟବର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ଶପଥ ନେବା ସହିତ ବିଜୁ ଜନତା ଦଳ ରେକଡର଼୍ ସଂଖ୍ୟକ ଆସନ ଅକ୍ତିଆରକରି ଓଡ଼ିଶା ରାଜନୀତିରେ ଇତିହାସ ରଚିବ ।

ଯୁବ ବିଜେଡ଼ି ସଭାପତି ଡକ୍ଟର ବ୍ୟୋମକେଶ ରାୟ କହିଥିଲେ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ହେତୁ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଉଦ୍ୟୋଗ,କ୍ରୀଡ଼ା, ଦକ୍ଷତା ବିକାଶରେ ରୂପାନ୍ତରଣ ହୋଇଛି । ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତିଶ୍ରୁତିବଦ୍ଧା ଯୁବ ଜନତା ଦଳର ସଂଗଠନ ଦୁଇ ବିରୋଧୀ ଜାତୀୟ ତଳ ତୁଳନାରେ ବିଜୁ ଯୁବ ଜନତା ଦଳ ଅଧିକ ସଂଗଠିତଅଛି । ଓଡ଼ିଶାର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିପୁଳ ବିଜୟଲାଭ କରିବା ପାଇଁ ବିଜୁ ଯୁବଜନତା ଦଳ ନିର୍ଣ୍ଣାୟକ ଭୂମିକା ନେବ । ଛାତ୍ର ବିଜେଡ଼ି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଉଦବୋଧନ ଦେଇ କହିଥିଲେ, ବିଜୁ ବାବୁଙ୍କ ନୀତି ଆଦର୍ଶରେଅନୁପ୍ରାଣିତ ହୋଇ ଏହି ଦଳ କାମ କରିଆସୁଛି ଓ ଆସନ୍ତା ଜୁନ ୪ତାରିଖରେ ଇତିହାସ ରଚିବ ବିଜୁ ଜନତା ଦଳ ।ଶେଷରେ ବିଜୁ ଯୁବ ଜନତା ଦଳର ସାମ୍ବାଦିକ ସମ୍ମିଳନୀରେ ଯୁବ ଜନତା ଦଳର ସଭାପତି ବ୍ୟୋମକେଶରାୟ ଆଜିର କାର୍ଯ୍ୟକ୍ରମ ବିଷୟରେ ଗଣମାଧ୍ୟମକୁ ସବିଶେଷ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଧୃତିରଞ୍ଜନ ମାର୍ଥା, ଶୁଭେନ୍ଦୁ ମଙ୍ଗରାଜ,ଉପସଭାପତି ସୋଫିଆ ଆଲାମ, ସାଧାରଣ ସମ୍ପାଦିକା ମଧୁସ୍ମିତା ନାୟକ, ମହିକ୍ଷୀତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।