ବିଜେଡ଼ିରେ ଯୋଗଦେଲେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଶତାଧିକ ବିଜେପି କର୍ମକର୍ତ୍ତା

ଶତାଧିକ ବିଜେପି ନେତା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଆଜି ଶଙ୍ଖଭବନ ଠାରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ସୁଲାତା ଦେଓ ଓ ୨୦୨୪ ସାଧାରଣ ନିର୍ବାଚନର ବିଜେଡ଼ି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅବିନାଶ ସାମଲଙ୍କ ଉପସ୍ଥିତେି ର ବିଜେଡିରେଯୋଗ ଦେଇଛନ୍ତି । ଦଳରେ ସାମିଲ୍‌ ହୋଇଥିବା ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ସାମଲ, ଡକ୍ଟରପାତ୍ର, ଶ୍ରୀମତୀ ଦେଓ ଓ ଅବିନାଶ ସାମଲ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ବିଜେପିକର୍ମୀଙ୍କଯୋଗଦାନଫଳରେଢେଙ୍କାନାଳଲୋକସଭାନିର୍ବାଚନମଣ୍ଡଳୀରେଦଳୀୟସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ସାମଲ,ଡକ୍ଟର ପାତ୍ର, ଶ୍ରୀମତୀ ଦେଓ ଓ ଅବିନାଶ ସାମଲ କହିଥିଲେ ।ଏହି ଅବସରରେ ବିଜେଡ଼ିରେ ସାମିଲ୍‌ ହୋଇଥିବା ସମସ୍ତ ବିଜେପି ନେତାମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ଼ ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବେି ଜଡେି ର ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣକରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁକୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ବିଜେପି ଅନୁଗୁଳ ଜିଲ୍ଲା ଏସ୍‌ସି ମୋର୍ଚ୍ଚା ଉପସଭାପତି ତଥା ୨୭ ନଂ ଜୋନ ଜିଲା ପରିଷଦପ୍ରାର୍ଥୀ ମହେଶ୍ୱର ବେହେରା, ବିଜେପି ରାଜ୍ୟ ଏସ୍‌ସି ମୋର୍ଚ୍ଚା ସମ୍ପାଦିକା ସବିତା ନାୟକ, ଓଡ଼ପଡ଼ା ବ୍ଲକ ବିଜେପି ମଣ୍ଡଳସଭାପତି ଜ୍ୟୋତି ପ୍ରକାଶ ରାଉତ, ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ମଣିପୁର ସରପଞ୍ଚ ରୁଦ୍ରପଟ୍ଟନାୟକ, ଅନୁଗୁଳ ଜିଲ୍ଲା ବିଜେପି ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଅଜିତ ନାୟକ, ସରପଞ୍ଚ ସର୍ବଶ୍ରୀ ମଳୟ କୁମାରବେହେରା, ସୁନିଲ ଧଳ, ପ୍ରାଣବନ୍ଧୁ ନାୟକ, ବିଶ୍ୱଜିତ ନାୟକ, ପୂର୍ବତନ ସରପଞ୍ଚ ବିନୋଦ ଦେହୁରୀ, ବିଜେପି ବଅଁରପାଳମଣ୍ଡଳ ସଭାପତି ସନ୍ତୋଷ ପ୍ରଧାନ, ଯୁବମୋର୍ଚ୍ଚା ପ୍ରଭାରୀ ଜୟନ୍ତ କୁମାର ଦଳବେହେରା, ମିଡିଆସେଲ ପ୍ରମୁଖ ପ୍ରିୟବ୍ରତସାମଲ, ସଞ୍ଜୟ ବେହେରାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା ଉପସ୍ଥିତ ଥିଲେ । ଶେଷରେ ବିଜେଡି ଼ ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣକରିଥିଲେ ।