ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦: ୯୪ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ୨୦୨୦ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ଜାରି କରାଯାଇଛି । କ୍ଷୁଧା ସ୍ଥିତିରେ ଏଥର ଭାରତର ସ୍ଥାନ ଆଗ ଅପେକ୍ଷା ଭଲ ରହିଛି । ତଥାପି ଭାରତ କିଛି ପଡୋଶୀ ଦେଶଙ୍କ ଠାରୁ ପଛରେ ରହିଛି। ସମୁଦାୟ୧୦୭ ଦେଶ ମଧ୍ୟରେ ଭାରତ ୯୪ ତମ ସ୍ଥାନରେ ରହିଛି ।

ଗ୍ଳୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ୨୭.୨ ସ୍କୋର ରଖିଥିବା ଭାରତର କ୍ଷୁଧା ସ୍ଥିତି ଗମ୍ଭୀର। ଏବେ ବି ଲୋକ ଖାଇବାକୁ ନ ପାଇ ଭୋକିଲା ରହୁଛନ୍ତି। ଏହା ସହ ଭାରତର ୧୪ ପ୍ରତିଶତ ଜନସଂଖ୍ୟା ଖାଦ୍ୟଭାବରୁ ଲୋକମାନେ କୁପୋଷଣ ଶିକାର ହେଉଛନ୍ତି। ଗତଥର ୧୧୭ ଦେଶରେ ଭାରତର ସ୍ଥାନ ୧୦୨ରେ ଥିଲା।

ଏଥର ହଙ୍ଗର ରିପୋର୍ଟର ବିଶେଷ କଥା ହେଉଛି ପୂର୍ବ ତୁଳନାରେ ସମୁଦାୟ ଦେଶ ସଂଖ୍ୟା ବି କମିଛି। ୨୦୧୫ରୁ ଯଦି ଭାରତର ରେକର୍ଡ ଦେଖାଯିବ ତାହେଲେ ଭାରତରେ କ୍ଷୁଧା ସଙ୍କଟ ସେମିତି ରହିଛି। ଭାରତରେ ପିଲାଙ୍କଠାରେ କୁପୋଷଣ ପରିସ୍ଥିତି ଅତ୍ୟନ୍ତ ଭୟାନକ।

ସୂଚନାଯୋଗ୍ୟ ଗ୍ଳୋବାଲ ହଙ୍ଗର ଇଣ୍ଡେକ୍ସରେ ଯେଉଁ ଦେଶର ସ୍କୋର ତଳେ ରହେ ସେମାନଙ୍କକୁ ଅଧିକ ରାକିଙ୍ଗ ମିଳିଥାଏ। ଆଉ ଯେଉଁମାନଙ୍କ ସ୍କୋର ଅଧିକ ଥାଏ ସେମାନଙ୍କୁ କମ୍ ରାକିଙ୍ଗ ମିଳିଥାଏ। ଏ ହିସାବରେ ଭାରତକୁ ଖରାପ ରାକିଙ୍ଗ ମିଳିଛି ବୋଲି ଏହି ରିପୋର୍ଟ କହୁଛି ।