କରୋନା ନେଲା ମହାତ୍ମା ଗାନ୍ଧୀଙ୍କ ଅଣନାତି ସତିଶ ଧୂପେଲିଆଙ୍କ ଜୀଵନ- shaksi news

ନୂଆଦିଲ୍ଲୀ: କରୋନାରେ ମହାତ୍ମା ଗାନ୍ଧୀଙ୍କର ଅଣନାତି ସତିଶ ଧୂପେଲିଆଙ୍କର ରବିବାର ଦିନ ମୃତ୍ୟୁ ହୋଇଛି । ଜୋହାନ୍ସବର୍ଗରେ ରହୁଥିବା ସତିଶଙ୍କ ପରିବାର ଲୋକେ ଏସଂପର୍କରେ ସୂଚନା ଦେଇଛନ୍ତି ।

ସତିଶଙ୍କ ଭଉଣୀ ଉମା ଧୁପେଲିଆ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ସତିଶ ନିଜର ୬୬ ତମ ଜନ୍ମ ଦିବସ ପାଳନ କରିବାର ଗତ ତିନିଦିନ ପରେ ଜୋହାନ୍ସବର୍ଗର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି ।ତାଙ୍କ ଭାଇ ସତିଶ ଧୁପେଲିଆଙ୍କର କୋଭିଡ-୧୯ରେ ମୃତ୍ୟୁ ଘଟିଥିବା ସେ କହିଛନ୍ତି । ସେ ନିମୋନିଆ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେଠାରେ ପ୍ରାୟ ଏକମାସ ଧରି ଚିକିତ୍ସିତ ହେବାପରେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।

ସତିଶ ଜଣେ ମିଡିଆ ପର୍ସନ ହୋଇଥିବା ବେଳେ ସାଉଥ୍ ଆଫ୍ରିକାରେ ରୁହନ୍ତି। ବିଶେଷ କରି ଭିଡିଓ ଗ୍ରାଫି ଏବଂ ଫୋଟୋଗ୍ରାଫି ରେ ତାଙ୍କର ନାଁ ରହିଛି । ଏଥିସହିତ ଗାନ୍ଧୀ ଡେଭଲପମେଣ୍ଟ ଟ୍ରଷ୍ଟ ରେ ସେ ଜଣେ ସକ୍ରିୟ ସଦସ୍ୟ। ସତିଶଙ୍କର ଆଉ ଜଣେ ଭଉଣୀ ଜୋହାନ୍ସବର୍ଗରେ ରୁହନ୍ତି । ଗାନ୍ଧୀଙ୍କ ସ୍ମୃତିକୁ ନେଇ ସେ ଏକ ପ୍ରୋଜେକ୍ଟ କରୁଛନ୍ତି । ସତିଶ ଓ ତାଙ୍କ ଦୁଇ ଭଉଣୀ ମହାତ୍ମାଗାନ୍ଧୀଙ୍କ ଦ୍ଵିତୀୟ ପୁତ୍ର ମାନିଲାଲଙ୍କ ବଂଶଧର ବୋଲି ଜଣାଯାଇଛି ।