ହାତ ଛାଡିଲେ ହାର୍ଦ୍ଦିକ ପଟେଲ

କଂଗ୍ରେସ ଅଧ୍ୟକ୍ଷ ଓ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି…

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଓ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ ପଟେଲ । ଏହାସହ ହାର୍ଦ୍ଦିକ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଷୋଭ ପ୍ରକାଶ କରିଛନ୍ତି । ସେହିପରି ଇସ୍ତଫା ପରେ ହାର୍ଦ୍ଦିକ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଅନ୍ୟପକ୍ଷରେ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ହାର୍ଦ୍ଦିକ ବିଜେପିରେ ସାମିଲ ହୋଇପାରନ୍ତି । ହାର୍ଦ୍ଦିକଙ୍କୁ ବିଜେପିରେ ସାମିଲ କରିବା ପାଇଁ ପାର୍ଟି ରଣନୀତି ପ୍ରସ୍ତୁତ କରିବ । ହାର୍ଦ୍ଦିକ ବିଜେପି ସମ୍ମୁଖରେ କୌଣସି ଦାବି ରଖିନାହାନ୍ତି ।

ସୂଚନାଯୋଗ୍ୟ ଯେ, ହାର୍ଦ୍ଦିକ ଦୀର୍ଘ ଦିନ ହେବ ପାର୍ଟିର କାର୍ଯ୍ୟକଳାପକୁ ନେଇ ଖୁସି ନଥିଲେ । ଆଜି ଇସ୍ତଫା ଦେବା ସମୟରେ ହାର୍‌ଦ୍ଦିକ ସେହି ପ୍ରସଙ୍ଗ ଉଠାଇଥିଲେ ଯାହାକୁ ବିଜେପି ଅନେକ ଦିନରୁ ଉଠାଉଛି । ସେହିପରି ଧାରା ୩୭୦କୁ ରୋବିବାକୁ ନେଇ ମଧ୍ୟ ହାର୍ଦ୍ଦିକ କଂଗ୍ରେସକୁ ଟାର୍ଗେଟ କରିବା ସହ ସିଏଏ-ଏନଆରସିକୁ ବିରୋଧ କରିବା ମଧ୍ୟ କଂଗ୍ରେସର ଆଉ ଏକ ଭୁଲ୍‌ ବୋଲି ହାର୍ଦ୍ଦିକ କହିଛନ୍ତି ।