160×600
160×600

ଚେଇଁ ଶୋଇଥିବ ଯିଏ: କ’ଣ କରିବାର ଅଛି କର

pollution

ଦୀପାବଳି ଦିନ କଟକ, ଭୁବନେଶ୍ୱର ସମେତ ରାଜ୍ୟର ସବୁ ସହର ବାସିନ୍ଦା ବାଣଫୁଟା କଟକଣାକୁ ଟପି ଯାଇଥିଲେ । ଧୁଆମୂଳା ଅଧୁଆମୂଳା ସମାନ ଢଙ୍ଗରେ ସରକାରଙ୍କ କଟକଣାକୁ ମାନିଥିବା ପରିବାରକୁ ଏବେ ସରକାରୀ କଟକଣାକୁ ଅମାନ୍ୟ କରିଥିବା ପରିବାର ଦଶା ଭୋଗିବାକୁ ପଡ଼ିବ ।

ସୂଚନା ମୁତାବକ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଂଚଳ ପ୍ରଦୂଷଣ ମାତ୍ରା ସର୍ବାଧିକ ୯୯୯ ଥିଲାବେଳେ ପଟିଆ ଅଂଚଳ ପ୍ରଦୂଷଣ ମାତ୍ରା ୬୭୬ ଥିଲା । କଟକ ପ୍ରଦୂଷଣ ମାତ୍ରା ୮୮୨ ଥିଲା । ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଭଳି ସହରରେ ପ୍ରଦୂଷଣ ହାର ବିପଦଜନକ ସ୍ତରକୁ ଯାଇ ନଥିଲା । ଭୁବନେଶ୍ୱର ଓ କଟକର ଯୋଉ ଅଂଚଳରେ ପ୍ରଦୂଷଣ ଦୋଷ ଅଧିକ ଦେଖିବାକୁ ମିଳିଥିଲା, ସେହି ଅଂଚଳଗୁଡ଼ିକ ଗ୍ରାମାଚଂଳ ।

ଭୁବନେଶ୍ୱର ଓ କଟକରେ ସର୍ବାଧିକ ଶିକ୍ଷିତ ପରିବାର ରହୁଥିବାରୁ ପ୍ରଦୂଷଣ ହାର ଅଧିକ ଦେଖିବାକୁ ମିଳିଛି ବୋଲି କିଛି ବୁଦ୍ଧିଜୀବୀ ଲଘୁ ମନ୍ତବ୍ୟ ପ୍ରଦାନ କରିଛନ୍ତି । କିଛି ବୁଦ୍ଧିଜୀବୀଙ୍କ ମତରେ ଆପଣା ହାତେ ଜିହ୍ୱା ଛେଦି ।

ଦିଲ୍ଲୀର ପ୍ରଦୂଷଣ ସ୍ଥିତିକୁ ଗମ୍ଭୀରତାର ସହ ଗ୍ରହଣ କରି ସୁପ୍ରିମକୋର୍ଟ ସାରାଦେଶରେ କଟକଣା ଲାଗୁ କଲେ । ମାତ୍ର ଶିକ୍ଷିତ ଲୋକମାନେ ତାକୁ ମାନିଲେନି । ଯୋଉ ପରିବାର ଯେତେ ଶିକ୍ଷିତ ହେଉଛନ୍ତି, ସେହିମାନେ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି ।