‘ପଦିଆଟା ପାଗଳ ହୋଇଗଲାଣି’

ଯୋଉ ବାଟ ଦେଇ ବିଜେପି ପାଣ୍ଠିକୁ ଟଙ୍କା ପଶୁଛି । ସେହି ବାଟ ଦେଇ ବିଜେଡି ପାଣ୍ଠିରେ ଟଙ୍କା ପଶୁଛି । ଏଥିରେ ନ ବୁଝିବା ଭଳିି ପାଠ କୋଉଠି ରହିଗଲା ଯେ ବିଜେଡିରୁ ତଡ଼ା ଖାଇଥିବା ତଥାକଥିତ ନେତା ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ ଗାଇ ବୁଲୁଛନ୍ତି । ବାବୁ ପଦିଆ ଯେତେବେଳେ ନବୀନ ବାବୁଙ୍କ ଆଗପଛରେ ଚକ୍କର କାଟୁଥିଲେ । ସେତେବେଳେ ସବୁ ଜାଣି ନଶୁଣିଲା ଭଳି ଅଭିନୟ କରୁଥିଲେ । ଦଳରୁ ତଡ଼ା ଖାଇଲା ପରେ ବି ଜାଣି ନଶୁଣିବା ଭଳି ଅଭିନୟ କରୁଛନ୍ତି ।

ଏକଦା ବିଜେଡି ମୁଖିଆଙ୍କ ଚାଟୁକାର ଭାବେ ଜଣାଶୁଣା ଥିଲେ ବରିଷ୍ଠ ରାଜନେତା ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାର ଧୂଳିଗୋଡ଼ି ବୈଜୟନ୍ତଙ୍କୁ ମୁଣ୍ଡରେ ବସାଇଥିଲା । ବାବୁ ବିଜେଡିରୁ ତଡ଼ା ଖାଇବା ପରଦିନଠାରୁ କେନ୍ଦ୍ରାପଡ଼ାଟା କନ୍ଦରାସୁର ସାଜି ବୈଜୟନ୍ତ ପଣ୍ଡାଙ୍କୁ ମାରି ଗୋଡ଼ାଇଲା । ବାବୁ ତାଙ୍କ ବ୍ୟବସାୟକୁ ବଂଚାଇ ରଖିବା ପାଇଁ ବିଜେପି ଗୁହାଳକୁ ପଶିଗଲେ ।

ଏବେ ପଦିଆ ବାବୁ ବିଜେପି ଗୁହାଳେ ଆଶ୍ରୟ ନେବାକୁ ବାହାରିଲେଣି । ପଦିଆ ବାବୁଙ୍କ ଜାଣତରେ ବିଜେଡି ପାଣ୍ଠିର କଳେବର ୬୦୦ କୋଟିରୁ ଅଧିକ । ମୋଦୀଙ୍କ ଦୁଇପାଳି ଶାସନ ଭିତରେ ବିଜେପି ପାଣ୍ଠିର ପରିମାଣ କେତେ ବଢ଼ିଛି; ସେ ସଂପର୍କରେ କିଛି ଖବର ପଦିଆ ବାବୁଙ୍କ ପାଖରେ ଅଛି ତ? ଏ ପ୍ରଶ୍ନ ଆମେ କରୁନୁ । ବିଜୁ ଜଳକା ଦଳ କରିଛି ।