ମୋତେ ଏନକାଉଣ୍ଟର ଧମକ ଦିଆଯାଉଛି: ଆଜମ ଖାନ

current news I am threatened with an encounter Azam Khan

ରାମପୁର : ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍‌ ମିଳିବା ପରେ ଉତ୍ତରପ୍ରଦେଶର ସୀତାପୁର ଜେଲରୁ ଖଲାସ କରିଦିଆଯାଇଛି । ଆଜମ ଖାନ ରାମପୁର ପହଞ୍ଚିବା ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ମୋତେ ଏନକାଉଣ୍ଟର କରିବାକୁ ଧମକ ଦିଆଯାଇଛି । ମୋତେ ସୁପ୍ରିମକୋର୍ଟରୁ ନ୍ୟାୟ ମିଳିଛି । ଲୋକଙ୍କ ପାଇଁ ମୁଁ କରୁଛି । ଏହା ପୂର୍ବରୁ ଆଜମ କହିଥିଲେ ଯେ ଜ୍ଞାନବାପୀ ମସଜିଦ ପ୍ରସଙ୍ଗ ବାବ୍ରୀ ମସଜିଦ ତୁଳନାରେ ଭିନ୍ନ ।

ବାବ୍ରୀ ମସଜିଦ ମାମଲା ବର୍ଷ ବର୍ଷ ଲାଗିଛି । ଆଜମ ଖାନ କହିଛନ୍ତି ଯେ, ଏହାରି ଉପରେ ଏବେ କିଛି କହିବା ଭୁଲ ହେବ । କାରଣ ପରିସ୍ଥିତି ଖରାପ ଆଡକୁ ଯିବ । ସୂଚନାଯୋଗ୍ୟ, ଆଜମ ଖାନଙ୍କ ନାଁରେ ୮୮ଟି ମାମଲା ରୁଜୁ ହୋଇଛି । ଏଥିରୁ ପୂର୍ବରୁ ୮୭ଟି ମାମଲାରେ ଜାମିନ ମିଳି ସାରିଥିଲା ।