ସଡକ ଦୁର୍ଘଟଣାରେ ୭ ମୃତ

Top news Six killed in road accident..

ବେଙ୍ଗାଲୁରୁ : କର୍ଣ୍ଣାଟକର ଧରୱାଡରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଦ୍ରୁତଗାମୀ କ୍ରୁଜର । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଧରୱାଡ ତାଲୁକ ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ଏକ ନିର୍ବନ୍ଧ ସମାରୋହରେ ଯୋଗ ଦେଇ ଫେରୁଥିଲେ । ଏହି ସମୟରେ ବାଟରେ ତାଙ୍କ ଗାଡିଟି ରାସ୍ତାକଡ ଏକ ଗଛରେ ପିଟି ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଏବଂ ଦୁଇ ଜଣ ନାବାଳକ ରହିଛନ୍ତି ।

ସେହିପରି ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ôଚ ଏହି ଘଟଣାର ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗାଡିର ବେଗ ଖୁବ୍‌ ଅଧିକ ଥିବା ଯୋଗୁଁ ଗଛରେ ପିଟି ହେବାପରେ ୭ ଜଣଙ୍କ ଜୀବନ ଚାଲି ଯାଇଛି ।