କରୋନାରୁ ଆରୋଗ୍ୟ ଲାଭ କଲେ ଅକାଳ ମୃତ୍ୟୁ ସୁନିଶ୍ଚିତ

ରକ୍ତ ସଂଚାଳନ ହଠାତ୍‌ ବନ୍ଦ ହୋଇଯିବାର ଆଶଙ୍କା ଅଧିକ…..

ଲଣ୍ଡନ: ସାଂଘାତିକ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକମାନେ ଯେକୌଣସି ସମୟରେ ଅକାଳ ମୃତ୍ୟୁର ଶିକାର ହୋଇପାରନ୍ତି । ଇଂଲଣ୍ଡର କ୍ୱିନ୍ସ ମେରୀ ବିଶ୍ୱବିଦ୍ୟାଳୟର ଗବେଷକ ଟିମ୍‌ ପ୍ରସ୍ତୁତ କରିଥିବା ଏକ ସର୍ବେକ୍ଷଣ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଗବେଷକ ମଣ୍ଡଳୀ କରୋନାରୁ ଆରୋଗ୍ୟ ଲାଭ କରିଥିବା ଓ ଆଦୌ ସଂକ୍ରମିତ ହୋଇ ନଥିବା ପ୍ରାୟ ୪୫ ହଜାର ଲୋକଙ୍କ ରକ୍ତ ନମୁନାକୁ ନେଇ ପରୀକ୍ଷଣ କରିଥିଲେ ।

ପରୀକ୍ଷଣରୁ କରୋନାରେ ଆଦୌ ସଂକ୍ରମିତ ହୋଇ ନଥିବା ଲୋକଙ୍କ ତୁଳନାରେ କରୋନାରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ଜୀବନ ପ୍ରତି ଅଧିକ ସଂକଟ ସୃଷ୍ଟି ହୋଇଛି । ସରଳ ଭାଷାରେ କହିଲେ, କରୋନା କବଳରେ ପଡ଼ି ଆରୋଗ୍ୟ ଲାଭ କରିଥିବା ଲୋକମାନେ ଅକାଳ ମୃତ୍ୟୁର ଶିକାର ହୋଇପାରନ୍ତି । ରକ୍ତ ସଂଚାଳନ ହଠାତ୍‌ ବନ୍ଦ ହୋଇଯିବାର ଆଶଙ୍କା ଅଧିକ ।

ଆକସ୍ମିକ ଦୃଦଘାତ ବା ହୃତପିଣ୍ଡ ଭିତରେ ହଠାତ୍‌ ରକ୍ତ ସଂଚାଳନ ବନ୍ଦ ହୋଇଯାଇପାରେ । କିଡ୍‌ନୀ ଫେଲ୍‌ ଅବା ନଷ୍ଟ ହେବାର ଆଶଙ୍କା ଅଧିକ । ସଂକ୍ଷେପରେ କହିଲେ, କରୋନାରୁ ଖସି ଯାଇଥିବା ଲୋକଙ୍କ ତୁଳନାରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ୧୧୪ ଗୁଣ ବୃଦ୍ଧି ପାଇଛି ।