ପାକିସ୍ତାନକୁ ଆଇଏମଏଫର ଚେତାବନୀ

ଇସଲାମାବାଦ : କାଙ୍ଗାଳ ପାକିସ୍ତାନକୁ ଆଇଏମଏଫ ଅର୍ଥବ୍ୟବସ୍ଥା ନେଇ ପୁଣିଥରେ ଚେତାବନୀ ଦେଇଛି । ଆର୍ଥିକ ଅବସ୍ଥାରେ ସୁଧାର ଲାଗି ସରକାରଙ୍କ ଅବହେଳା ଦେଶର ଅର୍ଥନୀତି ବୁଡ଼ିବାକୁ ଯାଉଥିବା ନେଇ ଆଇଏଫଏମ ସତର୍କ କରାଇଛି । ଆଇଏମଏଫ ବିଶେଷ କରି ବ୍ୟକ୍ତିଗତ ଆୟକର ସ୍ଲାବ ଓ ହାର ସୁଧାର ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଆଗତ ବଜେଟରେ ପାକିସ୍ତାନ ଅର୍ଥମନ୍ତ୍ରୀ ଏହାକୁ ବିରୋଧ କରିଥିଲେ । ଏଣୁ ଚଳିତବର୍ଷ ପାକିସ୍ତାନର ମୁଦ୍ରାସ୍ପିତି ହାର ୯.୪ ପ୍ରତିଶତ ରହିପାରେ ବୋଲି ଆଇଏମଏଫ ଆକଳନ କରିଛନ୍ତି ।

ଅନ୍ୟପକ୍ଷରେ ସରକାରଙ୍କ ଗ୍ୟାରେଣ୍ଟିକୃତ ଋଣ ଚଳିତବର୍ଷ ମୋଟ ଜିଡିପିର ୮୬.୭%କୁ ପହଞ୍ଚିପାରେ । ସେହିପରି ପାକିସ୍ତାନର ଜିଡିପି ମଧ୍ୟ ପାକିସ୍ତାନୀ ଟଙ୍କା ଓ ଡଲାରରେ ୩୪୭ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚି ଯାଇଛି । ଚଳିତ ମାସ ସୁଦ୍ଧା ପାକିସ୍ତାନକୁ ବ୍ୟକ୍ତିଗତ ଆଇନର ଚିଠାପ୍ରସ୍ତାବ ପ୍ରସ୍ତୁତ କରିବାକୁ ଆଇଏମଏଫ ନିର୍ଦ୍ଦେଶ ଦେଇଥିବା ବେଳେ ପାକିସ୍ତାନ ମଧ୍ୟ ଏହା କରିବ ବୋଲି ପ୍ରତିଶୃତି ଦେଇଛି । ସେହିପରି ନୂଆ ଆୟକର ବ୍ୟବସ୍ଥାରେ ସରକାର ବେତନଭୋଗୀଙ୍କ ଆୟରେ କର ବସାଇବା ସହ ଟ୍ୟାକ୍ସ ସଂଖ୍ୟା ହ୍ରାସ କରି ପାଖାପାଖି ୧୬୦ ବିଲିୟନ ଡଲାରର କର ବସେଇବେ । ଅନ୍ୟପଟେ ଆଇଏମଏଫ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ପାକିସ୍ତାନକୁ ୧ ବଲିୟନ ଡଲାର ଋଣର ପ୍ରଥମ କିସ୍ତି ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ପାକିସ୍ତାନ ୨୦୧୯ ମସିହାରେ ଆଇଏମଏଫଙ୍କ ସହ ଏକ ରାଜିନାମା ଜରିଆରେ ୩ ବର୍ଷ ନିମନ୍ତେ ବିସ୍ତାରିତ ଫଣ୍ଡ ସୁବିଧାରେ ୩୯ ମାସ ନିମନ୍ତେ ୬ ବିଲିୟନ ଡଲାର ଋଣ ଲାଗି ନିବେଦନ କରିଛି ।