କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଚନ୍ନି

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ପାଇଁ କଂଗ୍ରେସ ଚରଣଜିତ୍‌ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଏନେଇ ରାହୁଲ ଗାନ୍ଧୀ ଏକ ଭର୍ଚ୍ଚୁଆଲ ରାଲିକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଇଭିଆର କଲ୍‌ ମାଧ୍ୟମରେ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ଥିର କରିବାକୁ କଂଗ୍ରେସ ପକ୍ଷରୁ ଲୋକଙ୍କ ମତାମତ ଲୋଡିବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ରାହୁଲ କହିଛନ୍ତି ଯେ ଲୋକଙ୍କ ପରାମର୍ଶ ଅନୁଯାୟୀ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିଛି ।