ବାହାଘର ସାରି ଫେରୁଥିବା ବେଳେ ମାଡିଗଲା ଟ୍ରକ୍, ୯ ମୃତ

ଅନନ୍ତପୁରମ: ବାହାଘର ସାରି ଫେରୁଥିବା ବେଳେ କାର୍‍ ଉପରେ ମାଡ଼ିଗଲା ଟ୍ରକ୍‍ । ଫଳରେ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ଜଣ ମହିଳା ଓ ୨ଜଣ ଶିଶୁ ରହିଥିବା ବେଳେ, କାର୍‍ ଚାଳକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ସୂଚନା ମୁତାବକ ବିଜେପିର ରାଜ୍ୟ ନିର୍ବାହୀ କମିଟି ସଦସ୍ୟ କୋରା ଭେଙ୍କଟପ୍ପାଙ୍କ ଝିଅଙ୍କ ଗତକାଲି ବିବାହ ଥିଲା । ବାହାଘରରେ ସାମିଲ ହେବାକୁ ସମସ୍ତେ ଗୋଟିଏ କାରରେ ଯାଇଥିଲେ ।

ବାହାଘର ସରିବା ପରେ ଅନନ୍ତପୁରୁ ଫେରିବା ବେଳେ ଏକ ଟ୍ରକ୍‍ ସେମାନଙ୍କ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ସମସ୍ତେ ପ୍ରାଣ ହରାଇଛନ୍ତି। ଏନେଇ ପେଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।