ଟ୍ରାଫିକ ସିଗନାଲରେ ବାଜିବ ସୁର ସମ୍ରାଜ୍ଞୀ ଲତା ଦିଦିଙ୍କ ଗୀତ

କୋଲକାତା: ସୁର ସମ୍ରାଜ୍ଞୀ ଲତା ଦିଦିଙ୍କ ଶେଷ କୃତ୍ୟ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ହୋଇଯାଇଛି । ତାଙ୍କ ବିୟୋଗରେ ରାଜନେତାଠୁ ବଡ ବଡ ସେଲିବ୍ରିଟି ଦିଦିଙ୍କ ଶୋକ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ କୋଲକାତାରେ ଅର୍ଦ୍ଧ ଦିବସ ସରକାରୀ ଛୁଟି ଘୋଷଣା କରିବା ସହ ଆସନ୍ତା ୧୫ ଦିନ ପାଇଁ କୋଲକାତାର ସମସ୍ତ ଟ୍ରାଫିକ ସିଗନାଲରେ ଲତା ଦିଦିଙ୍କ ଗୀତ ବଜାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିପରି ଦିଦିଙ୍କ ବିୟୋଗରେ ମହାରାଷ୍ଟ୍ର ସରକାର ମଧ୍ୟ ଦିନିକିଆ ଛୁଟି ଘୋଷଣା କରିଛନ୍ତି ।