ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଅକ୍ଷୟଙ୍କୁ ଭେଟିଲେ

ଡେରାଡୁନ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ହେବେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର। ସୋମବାର ଡେରାଡୁନରେ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଭେଟିଛନ୍ତି। ଧାମୀ ଅକ୍ଷୟଙ୍କୁ ପାହାଡ଼ି ଟୋପି ପିନ୍ଧାଇ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, ଆମେ ଅକ୍ଷୟ କୁମାରଙ୍କୁ ଏକ ପ୍ରସ୍ତାବ ଦେଇଛୁ, ଯାହାକୁ ସେ ସ୍ବୀକାର କରିଛନ୍ତି। ଅକ୍ଷୟ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡ଼ର ଭାବେ କାର୍ଯ୍ୟ କରିବେ। ଧାମୀ ଅକ୍ଷୟଙ୍କୁ କେଦାରନାଥ ମନ୍ଦିରର ଏକ ପ୍ରତିମା ମଧ୍ୟ ପ୍ରଦାନ କରିଛନ୍ତି।