ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କଳା ବ୍ୟାଚ୍‌ ପିନ୍ଧିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି । ଏହି ସିରିଜର ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍‌ ଷ୍ଟାଡିୟମ୍‌ରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପୋଷାକରେ କଳା ବ୍ୟାଚ୍‌ ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ସୁର ସାମ୍ରାଜ୍ଞୀ ଲତା ଦିଦି କ୍ରିକେଟର ବହୁତ ବଡ଼ ଫ୍ୟାନ ଥିଲେ ।

ସେହିପରି ବିସିସିଆଇ ମଧ୍ୟ ଟ୍ୱିଟ କରି ଏକ ପୋଷ୍ଟରେ କହିଛି ଯେ, ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭାରତୀୟ ଦଳ ଆଜି କଳା ବ୍ୟାଚ୍‌ ପିନ୍ଧିଛି । ଅନ୍ୟପକ୍ଷରେ ଲତାଙ୍କୁ କ୍ରିକେଟ ବହୁତ ପସନ୍ଦ ଥିଲା ।