ବ୍ରହ୍ମୋସ୍ ର ସଫଳ ପରୀକ୍ଷଣ-shaksi news

ନୂଆଦିଲ୍ଲୀ: ଭାରତ ସବୁଠାରୁ ଶକ୍ତିଶାଳୀ ସଫଳ ପରୀକ୍ଷଣ। ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଲ୍ୟାଣ୍ଡ ଆଟାକ୍ ଭର୍ସନ ବା ଭୂପୃଷ୍ଠରୁ ଭୂପୃଷ୍ଠକୁ ଆକ୍ରମଣ କରୁଥିବା କ୍ଷମତା ରହିଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଶବ୍ଦର ତିନିଗୁଣ ବେଗରେ ଗତି କରିବା ସହ ୨୯୦ କିଲୋମିଟର ଦୂର ଲକ୍ଷ୍ୟକୁ ଭେଦ କରିପାରିବ।


ଏହି ସଫଳତାକୁ ନେଇ ସୋସିଆଲ ମିଡିଆରେ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ପାଖକୁ ଶୁଭେଚ୍ଛା ଛୁଟିଛି । ଏହି ସଫଳତା ପାଇଁ ଲୋକମାନେ ଡିଆରଡିଓର ପ୍ରତିରକ୍ଷା‌ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି ।

ଭାରତ ଚୀନ୍ ଓ ମଧ୍ୟରେ ପ୍ରାୟ ୮-୯ ମାସ ହେବ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ଗତ କିଛିଦିନ ହେବ ଅନେକ କ୍ଷେପଣାସ୍ତ୍ର, ଟରପେଡୋ, ଆଣ୍ଟି-ମିସାଇଲ୍ ସିଷ୍ଟମ ଇତ୍ୟାଦି ସଫଳତାର ସହ ପରୀକ୍ଷଣ କରାଯାଇଛି। ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଲମ୍ବ ୨୮ ଫୁଟ ରହିଥିବା ବେଳେ ଏହାର ଓଜନ ୩୦୦୦କିଲୋଗ୍ରାମ । ଏଥିରେ ୨୦୦କିଲୋଗ୍ରାମର ପାରମ୍ପାରିକ ଏବଂ ଆଣବିକ ଅସ୍ତ୍ର ରଖାଯାଇପାରେ। ଏହା ୩୦୦କିଲୋମିଟରରୁ ୮୦୦ କିଲୋମିଟର ପର୍ଯ୍ୟନ୍ତ ବସିଥିବା ଶତ୍ରୁଙ୍କୁ ଲକ୍ଷ୍ୟ କରି ପାରିବ। ଏହା ଘଣ୍ଟା ପ୍ରତି ୪୩୦୦ କିଲୋମିଟର ବେଗରେ ଆକ୍ରମଣ କରିପାରେ।