ଡମ୍ପର ଧକ୍କାରେ ଗଲା ୬ ଜୀବନ-shaksi news

ନୟାଗଡ଼(ଏସ୍ ନ୍ୟୁଜ ): ): ଡମ୍ପର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଚାଲି ଚାଲି ଯାଉଥିବା ଏହି ବ୍ୟକ୍ତିମାନଙ୍କ ଉପରେ ଚଢ଼ି ଯାଇଥିଲା। ଆଉ ଏହି ସିରିଜ ଦୁଘଟଣା ରେ ପୁଲିସ୍ ଡମ୍ପରଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଅଟକ ରଖିଛି।

ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ୨ ମହିଳା ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୃତ ୬ ଜଣଙ୍କ ମଧ୍ୟରେ ଜଣେ ଶିଶୁ ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ ଏବଂ ଲୋକମାନେ ରୁଣ୍ଡ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରେ କ୍ଷତିପୂରଣ ଦାବିକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଛି।ଆଉ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ଆକରିଥିବା ଦେଖିବାକୁ ମିଳିଛି।