ଭାରତର ସ୍ୱଦେଶୀ ଶକ୍ତିମାନ: ଭୟଭୀତ ଚୀନ, ଥରହର ପାକିସ୍ତାନ

ମୋଦୀ କେରଳର କୋଚ୍ଚ଼ିନରେ ଆଇଏନଏସ ବିକ୍ରାନ୍ତରେ ଜଳାବତରଣ କରିଛନ୍ତି……

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠୁ ବଡ ସ୍ୱଦେଶୀ ଏୟାରକ୍ରାଫ୍ଟ ‘ଆଇଏନଏସ ବିକ୍ରାନ୍ତ’ ନୌସେନାକୁ ହସ୍ତାନ୍ତର କରିଛନ୍ତି । ମୋଦୀ କେରଳର କୋଚ୍ଚ଼ିନରେ ଆଇଏନଏସ ବିକ୍ରାନ୍ତରେ ଜଳାବତରଣ କରିଛନ୍ତି ।

ଏହି ଅବସରରେ ମୋଦୀ କହିଛନ୍ତି ଯେ, ଆଇଏନଏସ ବିକ୍ରାନ୍ତ ବିଶାଲ, ବିରାଟ ଓ ବିହଙ୍ଗମ । ସୂଚନାଯୋଗ୍ୟ, ଆଇଏନଏସ ବିକ୍ରାନ୍ତ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

୧୬୦୦ ସଦସ୍ୟଙ୍କ ପାଇଁ ଡିଜାଇନ କରାଯାଇଥିବା ଏହି ଜାହଜରେ ୨୦ହଜାର କୋଟି ଟଙ୍କା ବ୍ୟୟ ହୋଇଛି । ଆଇଏନଏସ ବିକ୍ରାନ୍ତ ହିନ୍ଦ ପ୍ରଶାନ୍ତ ଓ ହିନ୍ଦ ମହାସାଗର କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବାରେ ସହାୟକ ହେବ ।