୨୧ ତାରିଖରେ ଭାରତର ଗଗନଯାନ ପରୀକ୍ଷଣ

ଦୁର୍ଘଟଣାଗ୍ରସ୍ତ ମହାକାଶ ଯାନ କବଳରୁ ଯାତ୍ରା କରୁଥିବା ମହାକାଶଚାରୀଙ୍କୁ ସୁରକ୍ଷିତ ରଖିବା ଭଳି ଏକ ବିରଳ ପ୍ରକଳ୍ପର ପରୀକ୍ଷଣ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ସରିଛି । ଅକ୍ଟୋବର ୨୧ ତାରିଖ ସକାଳ ୭ଟାରୁ ୯ଟା ଭିତରେ ଅନନ୍ୟ ମହାକାଶ ଯାନ ‘ଗଗନଯାନ’ ପରୀକ୍ଷଣ କରାଯିବ ।

ଏହି ପରୀକ୍ଷଣ ସଫଳ ହୋଇଗଲେ, ଭବିଷ୍ୟତରେ କଳ୍ପନା ଚାଓଲାଙ୍କ ଭଳି ଦୁଃସାହସୀ ମହିଳା ମହାକାଶଚାରୀ ଆଉ ଦୁର୍ଘଟଣାଗ୍ରସ୍ତ ମହାକାଶ ଯାନ ଭିତରେ କଲବଲ ହୋଇ ମରିବେନି । ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ସୂଚନା ମୁତାବକ ତିନୋଟି ପର୍ଯ୍ୟାୟରେ ଗଗନଯାନକୁ ପରୀକ୍ଷା ଦେବାକୁ ପଡ଼ିବ ।