ଅନ୍ତର୍ଜାତୀୟ ସେବିକା ଦିବସ

ସେବା କାର୍ଯ୍ୟରେ ସେବିକାମାନଙ୍କ ଯୋଗଦାନ ଅତୁଳନୀୟ। ସମାଜରେ ସେବିକାମାନଙ୍କ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ ୧୨ତାରିଖରେ ଅନ୍ତର୍ଜାତୀୟ ସେବିକା ଦିବସ ବିଶ୍ୱସ୍ତରରେ ପାଳନ କରାଯାଉଛି। ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ଜନ୍ମଦିନରେ ଏହି ଦିବସ ପାଳିତ ହୁଏ। ୧୮୨୦, ମେ ୧୨ରେ ଫ୍ଲୋରେନ୍ସ ନାଇଟିଙ୍ଗଲ ଜନ୍ମ ଗ୍ରହଣ କରିଥିଲେ। ଇଟାଲୀର ଟସ୍କାନି ବାସିନ୍ଦା ଫ୍ଲୋରେନ୍ସ କ୍ରିମିଆ ଯୁଦ୍ଧବେଳେ ମହିଳାମାନଙ୍କୁ ତାଲିମ ଦେଇ ଯୁଦ୍ଧ କ୍ଷେତ୍ରରେ ସେବା କାମ କରିଥିଲେ। ସେ ଜଣେ ସାମାଜିକ ସଂସ୍କାରକ ଓ ପ୍ରଶିକ୍ଷକ ଥିଲେ। ନର୍ସିଂ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ ଅବସରରେ ବିଶ୍ବବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ୧୯୬୫ରୁ ଜାତିସଂଘର ଅନୁମୋଦନରେ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଆସୁଛି।