ପ୍ରକାଶ ପାଇଲା CBSEର ଦ୍ଵାଦଶ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ଵାଦଶ ରେଜଲ୍ଟ। ସିବିଏସଇ ଦ୍ୱାଦଶରେ ପାସ୍ ହାର ୮୭.୩୩% ରହିଛି । ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ। ଏଥିସହ digilocker.gov.in ରେ ମଧ୍ୟ ରେଜଲ୍ଟ ‌ଉପଲ୍ଲବ୍ଧ । ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ସିବିଏସ୍‌ଇ ଦଶମ ପରୀକ୍ଷା ହୋଇଥିଲା । ଏଥିପାଇଁ ୨୧ ଲକ୍ଷ ୮୬ ହଜାର ୯୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷାପାଇଁ ୧୯ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ।