ଖୁବଶୀଘ୍ର ବିମାନରେ ମିଳିବ ଇଣ୍ଟରନେଟ ସେବା!

ସ୍ପାଇସ ଜେଟର ଚେୟାରମ୍ୟାନ ଅଜୟ ସିଂହ କହିଛନ୍ତି ଯେ ଏୟାରଲାଇନ୍‌ ତାର ବିମାନରେ..

ନୂଆଦିଲ୍ଲୀ : ଦେଶରେ ଖୁବଶୀଘ୍ର ବିମାନରେ ଇଣ୍ଟରନେଟ ସେବା ମିଳିବ । ଭାରତୀୟ ଏୟାରଲାଇନ ସ୍ପାଇସ ଜେଟ ବିମାନରେ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଇବାର ଯୋଜନା ରହିଛି । ସ୍ପାଇସ ଜେଟର ଚେୟାରମ୍ୟାନ ଅଜୟ ସିଂହ କହିଛନ୍ତି ଯେ ଏୟାରଲାଇନ୍‌ ତାର ବିମାନରେ ଖୁବ୍‌ ଶୀଘ୍ର ଇଣ୍ଟରନେଟ୍‌ ସେବା ଆରମ୍ଭ କରିବ । ସେହିପରି ସେ ଆହୁରି କହିଛନ୍ତି ଯେ, କମ୍ପାନୀ ଆଗାମୀ ଦିନରେ ନିଜ ବିମାନରେ ବୋଇଂ-୭୩୭ ମ୍ୟାକ୍ସ ବିମାନକୁ ସାମିଲ କରିବାକୁ ଯୋଜନା ରହିଛି ।