ଟେଷ୍ଟ ର‍୍ୟାଙ୍କିଙ୍ଗ: ଟପ୍‌-୧୦ରେ ରୋହିତ-ବିରାଟ

ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି କ୍ରମଶଃ ଅଷ୍ଟମ ଏବଂ ଦଶମ ସ୍ଥାନରେ ରହିଛନ୍ତି…

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ସାଥୀ ଖେଳାଳି ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ ଏବଂ ଯଶପ୍ରୀତ ବୁମରା ନିଜ ବିଭାଗରେ ଟପ୍‌-୧୦ରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି କ୍ରମଶଃ ଅଷ୍ଟମ ଏବଂ ଦଶମ ସ୍ଥାନରେ ରହିଛନ୍ତି । ବୋଲିଂରେ ପାଟ କମିନ୍ସ ଶୀର୍ଷରେ ଥିବା ବେଳେ ଅଶ୍ୱିନ ଦ୍ୱିତୀୟ ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରା ତୃତୀୟ ସ୍ଥାନରେ ରହିଛନ୍ତି । ଭାରତର ରବୀନ୍ଦ୍ର ଜାଡେଜା ଅଲରାଉଣ୍ଡର ତାଲିକାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ପ୍ରଥମ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଆଞ୍ଜେଲା ମାଥ୍ୟୁସ ଏବଂ ଲିଟନ ଦାସଙ୍କୁ ଫାଇଦା ମିଳିଛି ।