ଭାରତକୁ ସଫଳ ଓ ଚୀନ ବିଫଳ: ବାଇଡେନ

ଭାରତକୁ ନିଜର ବନ୍ଧୁ ରାଷ୍ଟ୍ର ଭାବେ ସବୁ ସମୟରେ ରଖିବେ ବୋଲି ପ୍ରତିଶ୍ରୁତିବଦ୍ଧ ଥିବାର ପରିଲକ୍ଷିତ…

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତକୁ ପ୍ରଶଂସା କରିବା ସହିତ ଚୀନକୁ ବିଫଳ ରାଷ୍ଟ୍ର ବୋଲି କହିବାକୁ ପଛାଇ ନଥିଲେ । ଯଦିଓ ଭାରତ ରୁଷ-ୟୁକ୍ରେନ ଯୁଦ୍ଧରେ ନିରବତା ଅବଲମ୍ବନ କରିଥିଲା ଏହାକୁ ଆମେରିକା ସହଜରେ ଏଡ଼ାଇ ଯାଇ ଭାରତକୁ ନିଜର ବନ୍ଧୁ ରାଷ୍ଟ୍ର ଭାବେ ସବୁ ସମୟରେ ରଖିବେ ବୋଲି ପ୍ରତିଶ୍ରୁତିବଦ୍ଧ ଥିବାର ପରିଲକ୍ଷିତ ହୋଇଥିଲା । ଭାରତକୁ ଅନେକ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେଇ ନିଜର ବନ୍ଧୁ ପଣିଆର ପରିଚୟ ଦେବା ସହିତ ଆଗାମି ଦିନରେ ଚୀନ ଓ ରୁଷକୁ ମୁକାବିଲା କରିବା କ୍ଷେତ୍ରରେ ବାଇଡେନ ସଂକେତ ଦେଇଥିଲେ । ଚୀନକୁ ଘେରିବା ଲାଗି ଆୟୋଜିତ କ୍ୱାଡ଼ ଦେଶ ସମୂହ ବୈଠକରେ ରୁଷର ବନ୍ଧୁ ଭାରତକୁ ସଂଗରେ ରଖି ଗୋଟିଏ ତୀରରେ ତିନୋଟି ଶିକାର କରିଛି । କ୍ୱାଡ଼ ଦେଶ ବୈଠକରେ ବାଇଡେନ ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ଉପରେ ପ୍ରବଳ ବର୍ଷିଥିଲେ । ବାଇଡେନ କହିଥିଲେ ରୁଷ ୟୁକ୍ରେନରେ ଏକ ସଂସ୍କୃତିକୁ ସଂପୂର୍ଣ୍ଣ ରୂପେ ନଷ୍ଟ କରିଦେବାକୁ ଚାହୁଁଛି ।

ସେହିପରି ଭାବରେ ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ ଘୋଷଣା କରିଥିଲେ ଯେ ତାଙ୍କ ଦେଶ ଭାରତ ସହିତ ପୃଥିବୀରେ ସବୁଠାରୁ ଘନିଷ୍ଠ ଭାଗିଦାରୀ ପ୍ରତିଷ୍ଠା କରିବା ଲାଗି ପ୍ରତିବଦ୍ଧ ଅଛି । ବାଇଡେନଙ୍କ ଏହି ଘୋଷଣା ପଛରେ ଏକ ବଡ଼ ରଣନୀତି ଲୁଚି ରହିଛି । ଯଦ୍ୱାରା ଚୀନ ସଂପୂର୍ଣ୍ଣ ରୂପେ ଚିତ୍‌ପଟାଙ୍ଗ ହେବା ସହିତ ରୁଷକୁ ମଧ୍ୟ ବିଭିନ୍ନ ଦେଶଠାରୁ ଦୂରେଇ ଦିଆଯାଇପାରିବ । ସୂଚନାଯୋଗ୍ୟ ଯେ, କ୍ୱାଡ଼ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନକୁ କଠୋର ସନ୍ଦେଶ ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କ୍ୱାଡ଼ ଉତ୍ତମ କାର୍ଯ୍ୟ ଲାଗି ଶକ୍ତି ସଂଗ୍ରହ କରାଯିବା ପାଇଁ ଏକ ପ୍ରମୁଖ ସଂଗଠନ ।

ସେ କହିଥିଲେ ଯେ ଗଣତାନ୍ତ୍ରିକ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଗଣତାନ୍ତ୍ରିକ ଦେଶଗୁଡ଼ିକୁ ନୂଆ ଶକ୍ତି ପ୍ରଦାନ କରିବ । ସେ କହିଥିଲେ ଯେ ଖୁବ କମ ସମୟରେ କ୍ୱାଡ଼ ବିଶ୍ୱରେ ତାହାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇସାରିଛି । କ୍ୱାଡ଼ ଗ୍ରୁପ ନିଶ୍ଚିତ ଭାବେ ବିଫଳ ହେବ । ସେିହପରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କ୍ୱାଡ଼ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । କ୍ୱାଡ଼ର ପରିସର ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ପାରସ୍ପରିକ ବିଶ୍ୱାସ ଏବଂ ପ୍ରତିବଦ୍ଧତାକୁ ନେଇ କ୍ୱାଡ଼ ଗଠିତ । ଯାହାକି ଆମର ମିଳିତ ଉଦ୍ଦେଶ୍ୟ ରହିଛି ।