ହ୍ରାସ ହେବ ଷ୍ଟିଲ-ସିମେଣ୍ଟ ଦର

ପେଟ୍ରୋଲ ଏବଂ ଡିଜେଲ ବ୍ୟତୀତ ସରକାର ସିମେଣ୍ଟ, ଷ୍ଟିଲ ଏବଂ ଲୁହା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି…

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମ କରିଛନ୍ତି । ଏହି ହ୍ରାସ ପରେ ପେଟ୍ରୋଲ ଲିଟର ପ୍ରତି ୯.୫ ଟଙ୍କା ଶସ୍ତା ହୋଇଥିବା ବେଳେ ଡିଜେଲ ସାତ ଟଙ୍କା କମ ହୋଇଛି । ପେଟ୍ରୋଲ ଏବଂ ଡିଜେଲ ବ୍ୟତୀତ ସରକାର ସିମେଣ୍ଟ, ଷ୍ଟିଲ ଏବଂ ଲୁହା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ମୂଲ୍ୟ ଉପରେ ନିୟନ୍ତ୍ରଣ ପାଇଁ ଲୁହା, ଷ୍ଟିଲ ଏବଂ ଏହାର କଞ୍ଚା ମାଲ ଉପରେ ସୀମା ଶୁଳ୍କରେ ପରିବର୍ତ୍ତନ କରିବେ । ଇସ୍ପାତର କିଛି ମାଲ ଉପରେ ଆମଦାନୀ ଶୁଳ୍କ କମ କରାଯିବ । କିଛି ଇସ୍ପାତ ଉତ୍ପାଦ ଉପରେ ରପ୍ତାନୀ ଶୁଳ୍କ ଲାଗୁ କରାଯିବ । ସରକାର ପ୍ଲାଷ୍ଟିକ ଉତ୍ପାଦନ ପାଇଁ ଅଶୋଧିତ ସାମଗ୍ରୀ ଏବଂ ସୀମା ଶୁଳ୍କ କମ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।