ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ

ଏନେଇ ପାଲେଷ୍ଟାଇନ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି…

ନୂଆଦିଲ୍ଲୀ: ପାଲେଷ୍ଟାଇନର ଗାଜା ସହର ଉପରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏନେଇ ପାଲେଷ୍ଟାଇନ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଇସଲାମିକ ଜିହାଦ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ଏହି ଏୟାରଷ୍ଟ୍ରାଇକ କରିଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି । ନିକଟରେ ଇସ୍ରାଏଲ ଜିହାଦ ଆତଙ୍କବାଦୀ ସଂଗଠନର ଜଣେ କୁଖ୍ୟାତ ଆତଙ୍କବାଦୀକୁ ଗିରଫ କରିଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଏହି ଆତଙ୍କୀ ସଂଗଠନ ଆକ୍ରମଣ କରିବାକୁ ଯୋଜନା କରିଥିବା ଆଶଙ୍କା କରି ଇସ୍ରାଏଲ ସେନା ଗାଜା ଉପରେ ବୋମାମାଡ କରିଛି ।

ତେବେ ଇସ୍ରାଏଲର ଏହି ଆକ୍ରମଣର ଜବାବ ଦେଇଛି ପାଲେଷ୍ଟାଇନ ଆତଙ୍କୀ ସଂଗଠନ । ଏୟାରଷ୍ଟ୍ରାଇକର କିଛି ସମୟ ପରେ ପାଲେଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ଉପରେ ରକେଡ ମାଡ କରିଛନ୍ତି । ପ୍ରାୟ ୧୦୦ ରକେଟ ମାଡ କରାଯାଇଥିବା ଇସଲାମିକ ଜିହାଦ ସଂଗଠନ ଦାବି କରିଛି । ଦୀର୍ଘ ବର୍ଷ ଧରି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ତିକ୍ତତା ଲାଗି ରହିଛି ।