ଇଡିକୁ ନୁହେଁ ପ୍ରଧାନମନ୍ତ୍ରୀଙ୍କ ହାତଗୋଡ଼ ବାନ୍ଧିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆଦେଶକୁ ମାନି ଆସୁଥିବା ଇଡି ହାତଗୋଡ଼କୁ ବାନ୍ଧି ଦେଇଛନ୍ତି କେଜ୍ରିୱାଲ । ଇଡି ସମନକୁ ଅମାନ୍ୟ କରିବା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିଯାଇଛି । ତା’ ସହିତ ଦିଲ୍ଲୀ ଅବକାରୀ ନୀତି ବିରୋଧରେ କୌଣସି ମାମଲା ରୁଜୁ କରି ଇଡି ଭବିଷ୍ୟତରେ କେଜ୍ରିୱାଲଙ୍କୁ ଗିରଫ କରି ପାରିବନି ।

ଦିଲ୍ଲୀ କୋର୍ଟରୁ ଏଭଳି ଆଦେଶ ପାଇବା ପରେ ଆପ୍‌ ପାଇଁ ଲୋକସଭା ନିର୍ବାଚନ ଲଢ଼ିବା ବାଟ ଏକପ୍ରକାର ସଫା ହୋଇଛି ।ଇଡି ପକ୍ଷରୁ କେଜ୍ରିୱାଲଙ୍କ ନିକଟକୁ ପ୍ରାୟ ୮ ଥର ନୋଟିସ୍‌ ଯାଇଥିଲା । ଇଡି ନୋଟିସ୍‌କୁ ଗୁରୁତ୍ୱ ନଦେଇ କେଜ୍ରିୱାଲ ଉଭୟ ଦଳୀୟ ଓ ପ୍ରଶାସନିକ କାମରେ ବ୍ୟସ୍ତ ରହୁଥିଲେ । କୋର୍ଟଙ୍କ ଆଦେଶ ବଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେଜ୍ରିୱାଲଙ୍କ  ହାତରେ ହାତକଡ଼ା ଲଗାଇବା ପାଇଁ ଇଡି ଭାବୁଥିଲା ।

ଖାସ୍‌ ସେଇଥିପାଇଁ ଇଡି କେଜ୍ରିୱାଲଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା । ଇଡି ରାଉସ୍‌ ଆଭିନ୍ୟୁ କୋର୍ଟରୁ ଆପଣା ସପକ୍ଷରେ ରାୟ ପାଇଥିଲା; ମାତ୍ର କେଜ୍ରିୱାଲ ତାକୁ ଉପରକୋର୍ଟରେ ଚାଲେଞ୍ଜ କରିଥିଲେ ।ଉପର କୋର୍ଟରୁ ନିରାଶ ହେବା ପରେ କେଜ୍ରିୱାଲ ଅନ୍ୟ ଉପାୟ ନପାଇ ରାଉସ୍‌ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ଉଭୟ ପକ୍ଷଙ୍କ ଜବାବ ସୁଆଲ ଶୁଣିବା ପରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ ।