ବିବାହ ଭୋଜିକୁ ଯାଉଥିଲେ, କାର ମାଡ଼ିଗଲା

ଗଞ୍ଜାମ: ବାପାଙ୍କ ସହିତ ଭାଇଭଉଣୀ ଦୁଇଜଣ ଯାଉଥିଲେ ବିବାହ ଭୋଜି ଖାଇବାକୁ । ସଡ଼କ ପାର ହେଉଥିବା ସମୟରେ କାର ଚଢ଼ି ଯାଇଥିଲା ସେମାନଙ୍କ ଉପରେ । ମାତ୍ର କେଇ ସେକେଣ୍ଡ ଭିତରେ କୁନି ଝିଅଟାର ଜୀବନ ଚାଲିଗଲା । ବାପ ଓ ପୁଅ ଗୁରୁତର ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଛନ୍ତି ୫ ବର୍ଷୀୟା ଉଷା । ୮ ବର୍ଷୀୟ ରାଜେନ୍ଦ୍ର ଓ ବାପା ଲିଙ୍ଗରାଜ ପାତ୍ର ଦରମରା ଅବସ୍ଥାରେ ବ୍ରହ୍ମପୁର ଡାକ୍ତରଖାନାରେ । ପୁଲିସ ତା’ର ତଦନ୍ତ ଆରମ୍ଭ କରିଛି ।