କେରଳରେ କୋଭିଡ୍‌ ବିସ୍ଫୋରଣ

କେରଳ : କେରଳରୁ ତୃତୀୟ ଲହର ବ୍ୟାପିବେ ନେଇ ଆଶଙ୍କା କରାଗଲାଣି । ବିଭିନ୍ନ ରାଜ୍ୟରେ କୋଭିଡ୍‌ ମାମଲା ନିୟନ୍ତ୍ରଣରେ ରହିଥିବା ବେଳେ କେରଳରେ ସଂକ୍ରମଣ ହାର ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୩୨ ହଜାରରୁ ଅଧିକ ମାମଲା ଚିହ୍ନଟ ହେଲାଣି । ଏହାସହିତ ମୃତ୍ୟୁ ସଂଖାରେ ବି ଲାଗୁନି ବ୍ରେକ୍‌ । ତଥାରି ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଥିବାରୁ ସାମାନ୍ୟ ଆଶ୍ୱସ୍ତି ଅଛନ୍ତି ଲୋକେ । କେରଳରେ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରୁନଥିବାରୁ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ନିକଟରେ ଓନାମ ପର୍ବ ପାଇଁ କୋଭିଡ କେସ୍‌ ବୃଦ୍ଧି ପାଇଛି । କାରଣ ଲୋକେ ଆଶ୍ୱସ୍ତି ହୋଇ କଟକଣା ନମାନିଥିବାରୁ ଅପରି ଘଟିଥିବା ଅନୁମାନ କରାଯାଉଛି ।