ଆସିଲା ସେପ୍ଟେମ୍ବର ଗାଇଡଲାଇନ: ୩୦ ଯାଏଁ ରହିବ ସବୁ କଟକଣା

ନୂଆଦିଲ୍ଲୀ: ଆସିଲା ସେପ୍ଟେମ୍ବର ମାସର ଗାଇଡଲାଇନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏହି ଗାଇଡଲାଇନ । କେରଳ ଏବଂ ମହାରାଷ୍ଟ୍ରର କରୋନା କେସ୍‌ ବୃଦ୍ଧି ପାଉଥିବାରୁ ସରକାରଙ୍କ ଚିନ୍ତା ବଢିଲାଣି । ଏଭଳି ପରିସ୍ଥିତିରେ ଗୃହ ମନ୍ତ୍ରଣାଳୟ ଏକ ଆଦେଶରେ କହିଛି ଯେ ଭୂତାଣୁ ରୋକିବା ପାଇଁ ସମସ୍ତ ନିୟମ ୩୦ ସେପ୍ଟେମ୍ବର ଯାଏଁ ବଳବତ୍ତର ରହିବ । ଭାରତ ସରକାରଙ୍କ ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି ଏନେଇ ଜଣାଇଛନ୍ତି । ତେବେ ଆଗକୁ ପାର୍ବଣ ଋତୁ ଥିବାରୁ ଏନେଇ ସତର୍କ କରାଇଛି କେନ୍ଦ୍ର । ବିଭିନ୍ନ ରାଜ୍ୟର ସରକାର ଏନେଇ ପଦକ୍ଷେପ ନେଇପାରିବେ ବୋଲି କୁହାଯାଇଛି ।