ନଦୀକୂଳରେ ପଡିଛି ମହିଳାଙ୍କ ମୃତଦେହ, ହତ୍ୟା ନା …

ଖଲ୍ଲିକୋଟ, (ଏସ୍‌ ନ୍ୟୁଜ): ନଦୀକୂଳରେ ପଡିଛି ମହିଳାଙ୍କ ମୃତଦେହ । ଋଷିକୂଲ୍ୟା ନଦୀ କୂଳରେ ଏକ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ମୃତଦେହରେ କପଡା ଘୋଡେଇ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ପରିଚୟ ମିଳିପାରି ନାହିଁ । ଏହା କେଉଁଠୁ ଆସିଲା ଏବଂ ଦେହରେ କପଡା କାହିଁକି ଘୋଡ଼ାଇ ରଖା ଯାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟତା ଜଣା ପଡିବ ବୋଲି ପୋଲିସ କହିଛି ।