ମୋଦିଜୀଙ୍କ ନିକଟରୁ ଜାଣନ୍ତୁ, କୋଉ ଧର୍ମଶାସ୍ତ୍ରରେ ଅଯୋଧ୍ୟାରେ ରାମ ମନ୍ଦିର ତିଆରି କରିବା ବାଧ୍ୟତାମୂଳକ

‘ଠାକୁର ଠାକୁରାଣୀଙ୍କ ପୂଜାର୍ଚ୍ଚନା ପାଇଁ ଦେଉଳ ତିଆରି କରିବା ଜରୁରୀ ନୁହେଁ । ହିନ୍ଦୁ ଧର୍ମରେ ପ୍ରକୃତିକୁ ପୂଜାର୍ଚ୍ଚନା କରିବା ପାଇଁ ପରାମର୍ଶ ଦିଆଯାଇଛି । ତେଣୁ ହିନ୍ଦୁମାନେ ନିଆଁକୁ ଅଗ୍ନିଦେବତା ମଣି ପୂଜାର୍ଚ୍ଚନା କରନ୍ତି । ଜଳକୁ ବରୁଣ ଦେବତା ମଣି ପୂଜାର୍ଚ୍ଚନା କରନ୍ତି । ମାଟିକୁ ଧରଣୀ ମା’ କହି ପୂଜା କରନ୍ତି । ’ ଏଭଳି କିଛି ମନ୍ତବ୍ୟ ପ୍ରଦାନ କରିଛନ୍ତି ବରିଷ୍ଠ ଓକିଲ ରାଜୀବ ଧୱନ୍‌ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ ରାଜୀବ ଧୱନ ପ୍ରଧାନ ବିଚାରପତି ବି ଆର୍‌ ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଇଜଲାସରେ କହିଛନ୍ତି, ମନ ନିର୍ମଳ ଥିଲେ ଗାଡ଼ିଆ ଗଙ୍ଗା । ଜଣେ ହିନ୍ଦୁ ତାଙ୍କ ଘରେ ଗୁଆଟିଏ ଅବା କଳସୀଟିଏ ସ୍ଥାପନ କରି ଠାକୁର ଠାକୁରାଣୀଙ୍କୁ ଆବାହନ କରି ପୂଜାର୍ଚ୍ଚନା କରନ୍ତି । ବେଦ, ପୁରାଣ, ଉପନିଷଦରେ ମନ୍ଦିର କି ଦେଉଳ ପ୍ରତିଷ୍ଠା କରିବା ବିଷୟ ଲେଖାଯାଇନି ।

ୱକଫ୍‌ ବୋର୍ଡ ସରକାରୀ ଜମିକୁ ବେଆଇନ ଭାବେ ମାଡ଼ିବସିବା ଓ ସେଠାରେ ମସଜିଦ, ଦରଘା ଅବା ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ବେଆଇନ କହି ଆଇନଜୀବୀ ରାଜୀବ ଜଣାଇଥିଲେ ଯେ ଇସଲାମ ଧର୍ମରେ ୱକଫ୍‌ ବ୍ୟବସ୍ଥା ଜରୁରୀ ନୁହେଁ । ୱକଫ ଏକ ଦାତବ୍ୟ ସେବା ମାତ୍ର ।

ମୋଦିଜୀଙ୍କ ଓକିଲ ରାଜୀବ ଧୱନଙ୍କ ତର୍କକୁ ସ୍ୱୀକାର କରି ୱକଫ ବୋର୍ଡର ଓକିଲ କପିଲ ସିବଲ କହିଛନ୍ତି ଯେ ସେ ମଧ୍ୟ ଧୱନଙ୍କ ମନ୍ତବ୍ୟକୁ ସମ୍ମାନ ଜଣାଉଛନ୍ତି ଏବଂ ସ୍ପଷ୍ଟ କରିଦେବାକୁ ଚାହାନ୍ତି ଯେ ଇସଲାମ ଧର୍ମ ଆଦରି ନେଇଥିବା କିଛି ମୌଳିକ ବ୍ୟବସ୍ଥା ଭିତରୁ ୱକଫ୍‌ ପ୍ରଭୁଙ୍କ ପ୍ରତି ସମର୍ପଣ ଭାବନା ଠିକ୍‌ ଯେମିତି ହିନ୍ଦୁଧର୍ମ ଶାସ୍ତ୍ରରେ ମୋକ୍ଷ ଭାବକୁ ବୁଝାଉଛି ।

ହିନ୍ଦୁଧର୍ମରେ ସାଧୁ, ସନ୍ଥ, ବାବାଜୀ, ବାବାଙ୍କୁ ଠାକୁରଙ୍କ ନିକଟତମ ଲୋକ ଭାବେ ବିଚାର କରାଯାଏ । ଠିକ୍‌ ସେମିତି ଇସଲାମ ଧର୍ମରେ ଫକୀର, ମୌଲବୀ ଇତ୍ୟାଦିଙ୍କୁ ବିବେଚନା କରାଯାଏ ।