ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଦୁଷ୍କର୍ମ ମାମଲାରେ ଗାନ୍ଧୀନଗର ସେସନ୍‌ କୋର୍ଟ ….

ଗାନ୍ଧୀନଗର: ଦୁଷ୍କର୍ମ ମାମଲାରେ ଗାନ୍ଧୀନଗର ସେସନ୍‌ କୋର୍ଟ ଆଶାରାମଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ଅଦାଲତ ସୋମବାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଏହାପୂର୍ବରୁ ଅଦାଲତରେ ଅଭିଯୋଗ ପକ୍ଷ ନିଜ ଯୁକ୍ତିରେ ଦୋଷୀ ଆଶାରାମ ବାପୁଙ୍କୁ ଅଜୀବନ ଦଣ୍ଡ ଦେବାକୁ ଦାବି କରିଥିଲେ। ଏଥିସହ କହିଥିଲେ ଯେ, ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ତାଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯିବା ଉଚିତ୍। ଏଠାରେ ଉଲ୍ଲେଖଯୋଗ୍ୟ, ଆଶାରାମ ବାପୁ ବର୍ତ୍ତମାନ ଯୋଧପୁର ଜେଲରେ ଅଛନ୍ତି, ଯେଉଁଠାରେ ସେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।