ଉତ୍ତର କୋରିଆରେ ଲକଡାଉନ

ଉତ୍ତର କୋରିଆରେ କରୋନା ସଂକ୍ରମଣର ପ୍ରଥମ ମାମଲା ଦେଖା ଦେବାରୁ ସେଠାରେ…

ନୂଆଦିଲ୍ଲୀ : ଉତ୍ତର କୋରିଆରେ କରୋନା ସଂକ୍ରମଣର ପ୍ରଥମ ମାମଲା ଦେଖା ଦେବାରୁ ସେଠାରେ ଲକଡାଉନ ଘୋଷଣା କରିଛନ୍ତି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ । ଫଳରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବରୁ ଏଠାରେ କରୋନା ସଂକ୍ରମଣର ଅନେକ ମାମଲା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ପୋଙ୍ଗୟାଙ୍ଗରେ ମିଳିଥିବା ରୋଗୀଙ୍କଠାରେ ଜ୍ୱର ଲକ୍ଷଣ ରହିଛି । ଯାଞ୍ଚ ପରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି କୋଭିଡ ଚିହ୍ନଟ ପରେ କିମ ସମସ୍ତ ସହରରେ ଲକଡାଉନ ଲାଗୁ କରିବାକୁ ଘୋଷଣା କରିଛନ୍ତି । ସେହିପରି କିମ କହିଛନ୍ତି ଯେ କରୋନା ସଂକ୍ରମଣରୁ ଦେଶ ନିଶ୍ଚୟ ଜିତିବ । ଖୁବଶୀଘ୍ର ଆମେ ବିଜୟ ହାସଲ କରିବୁ । ସେହିପରି ସେଠାରେ ବର୍ତ୍ତମାନ କେତେ କରୋନା ମାମଲା ଦେଖିବାକୁ ମିଳିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।