ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି: ଘୁଞ୍ଚିବନି ନିଟ

ଚଳିତ ବର୍ଷ ଆସନ୍ତା ୨୧ ତାରିଖରେ ନିଟ ପିଜି ପରୀକ୍ଷା ଅନୁଷ୍ଠିତ…

ନୂଆଦିଲ୍ଲୀ: ଚଳିତ ବର୍ଷ ଆସନ୍ତା ୨୧ ତାରିଖରେ ନିଟ ପିଜି ପରୀକ୍ଷା ଅନୁଷ୍ଠିତ ହେବ । କିନ୍ତୁ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା । ଆଜି ଏହାକୁ ଖାରିଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ ଏପରି କରିବା ଦ୍ୱାରା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବା ହଜାରେ ପିଲାଙ୍କର କ୍ଷତି ହେବ । ପରୀକ୍ଷା ଘୁଞ୍ଚାଇଲେ ସ୍ଥିତି ଖରାପ ହେବ । ଏହାଦ୍ୱାରା ରୋଗୀ ସେବା ମଧ୍ୟ ପ୍ରଭାବିତ ହୋଇପାରେ । ସୂଚନାଯୋଗ୍ୟ ଯେ, ଆଇଏମଏ ନିଟ ପିଜି ପରୀକ୍ଷା ସ୍ଥଗିତ କରିବାକୁ ଦାବି କରିଥିଲେ । ସେଥିପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟାଙ୍କୁ ଆଇଏମଏ ପତ୍ର ଲେଖି ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ।