କେକେଆରକୁ ଝଟକା : ଖେଳିବେନି କମିନ୍ସ

ଆଇପିଏଲ-୨୦୨୨ର ୧୫ ତମ ସଂସ୍କରଣ କୋଲକାତା ନାଇଟ ରାଇଡର୍ସକୁ ଏକ…

ମୁମ୍ବାଇ : ଆଇପିଏଲ-୨୦୨୨ର ୧୫ ତମ ସଂସ୍କରଣ କୋଲକାତା ନାଇଟ ରାଇଡର୍ସକୁ ଏକ ବଡ ଝଟକା ଲାଗିଛି । ଟିମର ଷ୍ଟାର ବୋଲର ପ୍ୟାଟ୍‌ କମିନ୍ସ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଅଧିନାୟକ କମିନ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ । ଏନେଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ତାଙ୍କୁ ଆଘାତ ଲାଗିଛି । ତେଣୁ ସେ ବିଶ୍ରାମ ନେବାକୁ ସ୍ଥିର କରିଛନ୍ତି । ଆଗାମୀ ଶ୍ରୀଲଙ୍କା ଗସ୍ତ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ମେ ଶେଷ ସପ୍ତାହରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଦଳ ୩ ଟି୨୦, ୫ ଦିନିକିଆ ଓ ୨ ଟେଷ୍ଟ୍‌ ଖେଳିବ । ଜୁନ ୭ରୁ ଏହି ସିରିଜ ଆରମ୍ଭ ହେବ । ତେବେ ପ୍ୟାଟ୍‌ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌ ଖେଳିବେ ନାହିଁ ।