ଦେଶକୁ ଫେରିପାରେ ଲକଡାଉନ!

ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କୁ ଗଭିର ଚିନ୍ତାରେ ପକାଇଛି । ଡେଲଟା ଭାରିଆଣ୍ଟ ଅପେକ୍ଷା ଏହା ତିନି ଗୁଣ ଅଧିକ ଘାତକ ବୋଲି ଜଣାପଡିଛି । ଏଡି ଭାଇରସ୍‌ ବେଗରେ ବ୍ରେକ୍‌ ଲଗାଇବା ପାଇଁ ଲକଡାଉନ୍‌ ହେଉଛି ଏକମାତ୍ର ଉପାୟ ।

ଅନ୍ୟପକ୍ଷରେ ସଂକ୍ରମଣ ବିଶେଷଜ୍ଞ କହିଛନ୍ତି ଯେ ଟିକା ନିଶ୍ଚିତ ଭାବରେ ଯେକୌଣସି ପ୍ରକାରରୁ ସୁରକ୍ଷା ଯୋଗାଇବ । ଯେଉଁମାନେ ଗୋଟିଏ ଡୋଜ ନେଇଛନ୍ତି ସେମାନେ ତୁରନ୍ତ ଦ୍ୱିତୀୟ ଡୋଜ ନେବା ନିହାତି ଦରକାର । ଦେଶରେ ପ୍ରାୟ ୧୫ ପ୍ରତିଶତ ଅଛନ୍ତି ଯେଉଁମାନେ କୌଣସି ଡୋଜ ନେଇ ନାହାଁନ୍ତି । ସେହିପରି ବୈଜ୍ଞାନିକ ଏବଂ ବୈଷୟିକ ବିଶେଷଜ୍ଞମାନେ ବୁଷ୍ଟର୍‌ ଡୋଜ୍‌ ବିଷୟରେ ଆଲୋଚନା କରୁଛନ୍ତି । ପୂର୍ବ ଡେଲଟା ଅପେକ୍ଷା ଏହି ନୂଆ ଭାରିଆଣ୍ଟ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି ।