ଦେଶରେ ୨ ହଜାର ଉପରେ ଦୈନିକ ସଂକ୍ରମଣ

ଦେଶରେ ପୁଣି ବଢ଼ିଲା କରୋନା ଗ୍ରାଫ୍‌…

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା କରୋନା ଗ୍ରାଫ୍‌ । ଲଗାତର କିଛି ମାସର ବ୍ୟବଧାନ ପରେ ପୁଣି ଆଜି ୨ହଜାର ଟପିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨ହଜାର ୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲିଠୁ ଆଜି ସଂକ୍ରମଣ ୬୫% ବୃଦ୍ଧି ପାଇଛି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟବିଭାଗ । ସେହିପରି ଦେଶରେ ଗୋଟିଏ ଦିନ​‌ରେ ୪୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ୧୨ ହଜାର ୩୪୦ ସକ୍ରିୟ ମାମଲା ରହିଥିବା କୁହାଯାଇଛି ।