ସର୍ବାଧିକ ଉତ୍ତପ୍ତ ସହର, ୪୪.୪ଂ ରେ ସୋନପୁର

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ପରିସ୍ଥିତି ଏପରି ହୋଇଛି ଯେ ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଏହାରି ମଧ୍ୟରେ ମଙ୍ଗଳବାର ୪୪.୪ଂ ସହ ଆଜି ସୋନପୁର ସର୍ବାଧିକ ଉତ୍ତପ୍ତ ସହର ହୋଇଛି । ଏହାପରେ ୪୩.୩ଂ ସହ ବଲାଙ୍ଗିର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଏବଂ ତୃତୀୟରେ ୩୪.୫ଂ ସହ ଟିଟିଲାଗଡ଼ ସହର ରହିଛି । ସେହିପରି ୨୧ ସ୍ଥାନରେ ତାପମାତ୍ରା ୪୦ଂ ଉପରେ ରହିଛି ।

ଅନୁଗୁଳରେ ୪୩.୧ଂ, ବାରିପଦା ୪୧ଂ, ଝାରସୁଗୁଡ଼ା ୪୨.୮, କେନ୍ଦୁଝର ୪୦.୨ଂ, ସମ୍ବଲପୁର ୪୨.୪, ସୁନ୍ଦରଗଡ଼ ୪୨.୫, ହିରାକୁଦ ୪୧.୬ଂ, ଭବାନୀପାଟଣା ୪୨ଂ, ତାଳଚେର ୪୦.୬ଂ । ଭଦ୍ରକ, ଢେଙ୍କାନାଳ, ମାଲକାନଗିରି ୪୦ଂ, ଦେଓଗଡ଼ ୪୨ଂ, ବରଗଡ଼ ୪୦.୫ଂ, ନୂଆପଡ଼ା ୪୧ଂ, ଖୋର୍ଦ୍ଧା ୪୦ଂ, ବୌଦ୍ଧ ୪୩ଂ, ପାରଳାଖେମୁଣ୍ଡି ୪୧ଂ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୭.୬ଂ ଏବଂ କଟକରେ ୩୭ଂ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଆଗାମୀ ୨ ଦିନ ଯାଏଁ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।