ଦେଶରେ ୮ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ କମୁନି କରୋନା ସଂକ୍ରମଣ । ଲଗାତର ୨ଦିନ ହେଲା ଦେଶରେ କରୋନା ଦୈନିକ ସଂକ୍ରମଣ….

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଲଗାତର ୨ଦିନ ହେଲା ଦେଶରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ୮ ହଜାର ପାର୍‌ ହେଉଛି । ଗତକାଲି ଦେଶରେ ୮ହଜାର ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଦେଶରେ ୮ହଜାର ୮୪ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି । କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୧୦ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୪୭ ହଜାର ଉପରେ ରହିଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୪୭, ୯୯୫ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।

ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର  ମଧ୍ୟ ବୃଦ୍ଧି ପାଉଛି । ଦେଶରେ ପଜିଟିଭିଟି ହାର ୩.୨୪%କୁ ବୃଦ୍ଧି ପାଇଛି । ସେପଟେ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ ୫ଲକ୍ଷ ୨୪ ହଜାର ୭୭୧ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଯାଏ ଦେଶରେ ମୋଟ୍‌ କରୋନାରୁ ସୁସ୍ଥ ହେଲେଣି ୪,୨୬,୫୭,୩୩୫ଜଣ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମଣ ଜରି ରହିଥିବାରୁ ଟିକାକରଣ ମଧ୍ୟ କରାଯାଉଛି । ଏଯାଏ ୧୯୫.୧୯ ​‌କୋଟି ଡୋଜ୍‌ ଟିକା ଦିଆସରିଲାଣି ।