୨୧ତମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଲେ ନାଡାଲ

ନୂଆଦିଲ୍ଲୀ : ଇତିହାସ ରଚିଲେ ମହାନ ଟେନିସ୍ ଖେଳାଳି ରାଫେଲ ନାଦାଲ । ଫାଇନାଲରେ ରୁଷିଆର ଡାନିଲ ମେଦଭେଦଭଙ୍କୁ ୨-୬, ୬-୭, ୬-୪, ୬-୪, ୭-୫ରେ ପରାସ୍ତ କରି ଅଷ୍ଟ୍ରେଲିଆନ୍ ଓପନ ପୁରୁଷ ଏକକ ଟ୍ରଫି ଜିତିଛନ୍ତି । ଏହି ମୁକାବିଲା ଦୀର୍ଘ ୫ ଘଣ୍ଟା ୨୪ ମିନିଟ୍ ଧରି ଚାଲିଥିଲା। ଗ୍ରାଣ୍ଡ ସ୍ଲାମ ଇତିହାସଲରେ ସର୍ବାଧିକ ୨୧ ଏକକ ଟ୍ରଫି ଜିତି ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦି ସ୍ବିଜରଲାଣ୍ଡର ରୋଜରେ ଫେଡେରର ଓ ସର୍ବିଆର ନୋଭାକ୍ ଜୋକୋଭିକଙ୍କ ୨୦ ଗ୍ରାଣ୍ଡ ସ୍ଲାମ ଟ୍ରଫି ବିଜୟକୁ ପଛରେ ପକାଇ ଦେଇଛନ୍ତି ନାଦାଲ। ଏହି ମହାନ ଖେଳାଳିଙ୍କ ନାଁରେ ୨୧ଟି ଗ୍ରାଣ୍ଡ ସ୍ଲାମ, ୨ଟି ଅଷ୍ଟ୍ରେଲିଆନ୍, ୧୩ଟି ଫ୍ରେଂଚ, ୨ଟି ୱିମ୍ବଲଡନ୍ ଓ ୟୁଏସ୍ ଟ୍ରଫି ରହିଛି ।

ନାଡାଲ ଏହି ମ୍ୟାଚ୍ ଜିତିବା ସହ ଟେନିସ୍ ଜଗତରେ ନିଜ ଇତିହାସ ରଚିଛନ୍ତି। ସେ ଦୁନିଆର ସବୁଠୁ ଅଧିକ ୨୧ ଗ୍ରାଣ୍ଡସ୍ଲାମ ଜିତିବାରେ ପ୍ରଥମ ଟେନିସ୍ ଖେଳାଳି ହୋଇଛନ୍ତି। ଏହି ମାମଲାରେ ସେ ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଏବଂ ସ୍ଵିଜରଲାଣ୍ଡର ରୋଜର ଫେଡେରରଙ୍କୁ ପଛରେ ପକାଇ ଦେଇଛନ୍ତି। ଫେଡେରର ଏବଂ ଜୋକୋଭିକ୍ ସମାନ ୨୦-୨୦ ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ଫେଡେରର ଫିଟନେସ୍ କାରଣରୁ ଏବଂ ଜୋକୋଭିଚ୍ ଭ୍ୟାକ୍ସିନ ପାସପୋର୍ଟ ଏବଂ ଭିସା ବିବାଦ କାରଣରୁ ଗ୍ରାଣ୍ଡସ୍ଲାମ ଖେଳି ପାରି ନାହାନ୍ତି।