ଚାହୁଁ ଚାହୁଁ ନଦୀରେ ବୁଡିଗଲା ଡଙ୍ଗା: ୨ ନିଖୋଜ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଭିଣ୍ଡରେ ଥିବା ସିନ୍ଧ ନଦୀରେ ୧୦ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଚାହୁଁ ଚାହୁଁ ବୁଡିଗଲା । ଏହି ଡଙ୍ଗାରେ ଥିବା ୧୦ଜଣଙ୍କ ମଧ୍ୟରୁ ୮ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦୁଇ ଜଣଙ୍କ ପତ୍ତା ମିଳୁନାହିଁ । ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜଣାପଡିଛି ଯେ କିଛି ଲୋକ ଡଙ୍ଗାରେ ବସିଛନ୍ତି ଓ ତା’ପରେ ହଠାତ ଡଙ୍ଗାଟି ବୁଡ଼ିବା ନଦୀରେ ବୁଡ଼ିଯାଉଛି । ଡଙ୍ଗାରେ ବସିଥିବା ଲୋକେ ପାଣି ଭିତରକୁ ଡେଇଁବା ସହ ନିଜ ନିଜବ ବଞ୍ଚାଇବା ପାଇଁ କୂଳରେ ଠିଆ ହୋଇଥିବା ଲୋକମାନେ ସାହାଯ୍ୟ ପାଇଁ ନିବେଦନ କରୁଥିବା ଜଣାପଡିଛି ।