ହାୱଡା ପରେ ନଦିଆ ହିଂସା: ବିକ୍ଷୋଭ ବେଳେ ଟ୍ରେନକୁ ପଥର ମାଡ

ପୋଲିସ ପହଞ୍ଚି ଦଙ୍ଗାକାରୀଙ୍କୁ ଘଉଡାଇବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିଛି…

କୋଲକାତା : ପଶ୍ଚିମବଙ୍ଗରେ ମହାପୁରଷ ମହମ୍ମଦଙ୍କ ସମ୍ପର୍କିତ ବିବାଦୀୟ ମନ୍ତବ୍ୟକୁ ନେଇ ଲାଗି ରହିଥିବା ହିଂସା ଥମିବାର ନାଁ ନେଉନାହିଁ । ମାତ୍ର ଦୁଇ ଦିନ ତଳେ ହାୱଡା ହିଂସା ପରେ ନଦିଆରେ ମଧ୍ୟ ହିଂସା ଦେଖିବାକୁ ମିଳିଛି । ନଦିଆରେ ବିକ୍ଷୋଭକାରୀମାନେ ବେଠୁଆଦାହାରି ରେଳ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ପଥର ମାଡ କରିଛନ୍ତି । ଫଳରେ ଟ୍ରେନରେ ଥିବା ଅନେକ ଯାତ୍ରୀଙ୍କ ସମେତ ସାଧାରଣ ଜନତା ମଧ୍ୟ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ଦଙ୍ଗାକାରୀଙ୍କୁ ଘଉଡାଇବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିଛି ।

ରେଳ ଷ୍ଟେସନ ନିକଟରେ ଶୋଭାଯାତ୍ରା ପହଞ୍ଚିବା ପରେ ବିକ୍ଷୋଭକାରୀମାନେ ଉତ୍ତେଜିତ ହୋଇ ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ ଲୋକାଲ ଟ୍ରେନ ଉପରେ ଅତର୍କିତ ପଥର ମାଡ କରିଥିଲେ । ପୋଲିସ ପହଞ୍ଚି ବଳ ପ୍ରୟୋଗ କରି ହିଂସାକାରୀଙ୍କୁ ଘଉଡାଇଛି ।