ନେତାଙ୍କୁ ଭେଟିବାକୁ ମୋଦୀଙ୍କୁ ପରାମର୍ଶ ଦେଲେ ନାୟଡୁ

ମୋଦୀ ଲୋକଙ୍କୁ ଯେଉଁ ମାର୍ଗ ଦର୍ଶନ ଦେଉଛନ୍ତି ତାହା ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି……

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁ ଆଜି ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପିକ୍ସ’ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ନାୟଡୁ ସ୍ୱାସ୍ଥ୍ୟ, ବିଦେଶ ନୀତି ଓ ପ୍ରାଦ୍‌ୟୋଗିକ ସମେତ ଅନେକ କ୍ଷେତ୍ରରେ ଭାରତର ଉପଲବ୍ଧି ପାଇଁ ମୋଦୀଙ୍କ ପ୍ରଶଂସା କରିଥିଲେ । ଭେଙ୍କେୟା ନାୟଡୁ ଆହୁରି କହିଛନ୍ତି ଯେ, ଭାରତ ଏବେ ଏକ ଶକ୍ତିରେ ପରିଣତ ହୋଇଛି ଯାହାର ସ୍ୱର ସମଗ୍ର ବିଶ୍ୱରେ ଶୁଣାଯାଉଛି । ମୋଦୀ ଲୋକଙ୍କୁ ଯେଉଁ ମାର୍ଗ ଦର୍ଶନ ଦେଉଛନ୍ତି ତାହା ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏସବୁ ଉପଲବ୍ଧି ସତ୍‌ୱେ କିଛି ବର୍ଗ ରାଜନୀତି କାରଣରୁ ଏବେ ବି ଭ୍ରମରେ ରହୁଛନ୍ତି । ସେଥିପାଇଁ ମୋଦୀ ଉଭୟ କ୍ଷମତାଧାରୀ ଓ ବିରୋଧୀ ଦଳର ନେତାଙ୍କୁ ଭେଟି ଭ୍ରମ ଦୂର କରିବା ଉଚିତ ।