ୟୁପିରେ ସବୁ ମଦରସାରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ

ଉତ୍ତରପ୍ରଦେଶର ସବୁ ମଦରସାରେ ପ୍ରତିଦିନ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସବୁ ମଦରସାରେ ପ୍ରତିଦିନ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ କରାଯାଇଛି । ଏନେଇ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡର ରେଜିଷ୍ଟାର ଏନଏସ ପାଣ୍ଡେ ମେ’ ୯ରେ ସବୁ ଜିଲ୍ଲାର ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀଙ୍କୁ ଆଦେଶ ଜାରି କରିଥିଲେ । ପାଣ୍ଡେ କହିଛନ୍ତି ଯେ ରମଜାନ ମାସରେ ମାର୍ଚ୍ଚ ୩୦ରୁ ମେ ୧୧ ପର୍ଯ୍ୟନ୍ତ ମଦରସାରେ ଛୁଟି ଘୋଷଣା କରାଯାଇଥିଲା । ମେ ୧୨ରୁ କ୍ଲାସ ଖୋଲିଥିବାରୁ ଆଜିଠୁ ହିଁ ଏହି ନିୟମ ଲାଗୁ ହେବ । ସେହିପରି ଜିଲ୍ଲା ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀ ନିୟମିତ ରୂପେ ଏହି ନିିୟମ ପାଳନ ହେଉଛି କି ନାହିଁ ତଦାରଖ କରିବେ ।