ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ: ୧୪ ଗିରଫ

ସିବିଆଇର ଅନେକଗୁଡିଏ ଟିମ ୪୦ଟି ସ୍ଥାନ ଉପରେ ଚଢାଉ କରି ଗୃହ…

ନୂଆଦିଲ୍ଲୀ: ସିବିଆଇର ଅନେକଗୁଡିଏ ଟିମ ୪୦ଟି ସ୍ଥାନ ଉପରେ ଚଢାଉ କରି ଗୃହ ମନ୍ତ୍ରାଳୟର ୬ ଜଣ ଅଧିକାରୀଙ୍କ ସମେତ ମୋଟ ୧୪ ଜଣଙ୍କୁ ଗିରଫ କରିଛନ୍ତି । ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ତାଙ୍କ ପାଖରୁ ଆପତ୍ତିଜନକ ପ୍ରମାଣପତ୍ର ଓ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଝାଡଖଣ୍ଡ, ହିମାଚଳ ପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଆସାମ ଓ ମଣିପୁରରେ ସହ ୪୦ଟି ସ୍ଥାନରେ ଚଢାଉ କରାଯାଇଛି । ସିବିଆଇ ଚଢାଉ ପରେ ଗୃହ ମନ୍ତ୍ରାଳୟ ଓ ଏନଆଇସିର ଏଫସିଆରଏ ଡିଭିଜନ ସମେତ ମୋଟ ୭ ସେବକଙ୍କ ସହିତ ୩୬ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି ।