ଆଜିଠୁ ବଢିଲା ନୂଆ ଏଲପିଜି ଗ୍ୟାସ୍ ସଂଯୋଗ ଦର

ମହଙ୍ଗା ମାଡ ସହ ଯୁଝୁଥିବା ଖାଉଟିଙ୍କ ପାଇଁ ଖରାପ ଖବର । ଗୋଟେପଟେ…

ନୂଆଦିଲ୍ଲୀ :  ମହଙ୍ଗା ମାଡ ସହ ଯୁଝୁଥିବା ଖାଉଟିଙ୍କ ପାଇଁ ଖରାପ ଖବର । ଗୋଟେପଟେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ଅହେତୁକ ଭାବେ ବଢିଥିବାବେଳେ ଏବେ ନୂଆ ଗ୍ୟାସ ଆଣିଲେ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ଟଙ୍କା । ଫଳରେ ଏକ ନୂତନ ଘରୋଇ ଏଲପିଜି ସିଲିଣ୍ଡର କନେକ୍ସନ୍ ନେବାକୁ ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଯିବ । ଖାଲି ଏତିକି ନୁହେଁ ଡବଲ ସିଲିଣ୍ଡର, ରେଗୁଲେଟର ଏବଂ ପାଞ୍ଚ କେଜି ସିଲିଣ୍ଡର ପାଇଁ ମଧ୍ୟ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ ହେବ ।

ନୂଆ ଦର ଅନୁଯାୟୀ, ଗ୍ରାହକ ମାନଙ୍କୁ ୧୪ କେଜି ଘରୋଇ ସିଲିଣ୍ଡରର ନୂଆ ସଂଯୋଗ ପାଇଁ ୨୨୦୦ ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଯାଏଁ ଏଥିପାଇଁ ଗ୍ରାହକଙ୍କୁ ୧୪୫୦ ଟଙ୍କା ଦେବାକୁ ପଡୁଥିଲା । ଏହାସହ ଗ୍ରାହକଙ୍କୁ ଡବଲ ସିଲିଣ୍ଡର ପାଇଁ ୨୯୦୦ ଟଙ୍କା ବଦଳରେ ଏଣିକି ୪୪୦୦ ଟଙ୍କା ଦେବାକୁ ପଡିବ । ଏହାବାଦ୍ ରେଗୁଲେଟର ପାଇଁ ମଧ୍ୟ ଗ୍ରାହକଙ୍କୁ ଆଜିଠାରୁ ୨୫୦ ଟଙ୍କା ଦେବାକୁ ପଡିବ ।