କୁତବ ମୀନାର ପରିଚୟ କେହି ବଦଳାଇପାରିବେ ନାହିଁ

କୁତବ ମୀନାରରେ ପୂଜା କରିବାକୁ ଦାବି ନେଇ ହିନ୍ଦୁ ପକ୍ଷ ପକ୍ଷରୁ ହୋଇଥିବା ଆବେଦନକୁ ଏବେ ଆର୍କୋଲୋଜିକାଲ ସର୍ଭେ…

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ପରେ ଦିଲ୍ଲୀ କୁତବ ମୀନାରକୁ ନେଇ ମଧ୍ୟ ବିବାଦ ସାମ୍ନାକୁ ଆସିଛି । କୁତବ ମୀନାରରେ ପୂଜା କରିବାକୁ ଦାବି ନେଇ ହିନ୍ଦୁ ପକ୍ଷ ପକ୍ଷରୁ ହୋଇଥିବା ଆବେଦନକୁ ଏବେ ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବା ଏଏସ୍‌ଆଇ ବିରୋଧ କରିଛି । ସାକେତ କୋର୍ଟରେ ଦାଖଲ ହୋଇଥିବା ଆବେଦନର ଉତ୍ତରରେ ଏଏସଆଇ କହିଛି ଯେ କୁତବ ମୀନାରର ପରିଚୟ ବଦଳାଇ ଯାଇପାରିବ ନାହିଁ । ବାସ୍ତବରେ, କୁତବ ମୀନାର ଭିତରେ ହିନ୍ଦୁ ଏବଂ ଜୈନ ଦେବାଦେବୀଙ୍କୁ ପୂଜା ଓ ପୁନରୁଦ୍ଧାର କରିବାର ଅଧିକାର ଦାବି ନେଇ ଦିଲ୍ଲୀର ସାକେତ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ।

କୁତବ ମୀନାର କମ୍ପେ୍ଲକ୍ସରେ ହିନ୍ଦୁ ଦେବାଦେବୀଙ୍କର ଅନେକ ମୂର୍ତ୍ତି ରହିଥିବା ଆବେଦନରେ ଦାବି କରାଯାଇଛି । ସେପଟେ ଏହି ଆବେଦନ ଉପରେ ଏଏଏସ୍‌ଆଇ ଦିଲ୍ଲୀ ସାକେତ କୋର୍ଟରେ ନିଜ ଜବାବ ଦାଖଲ କରିଛି । ଏଏସଆଇ କହିଛି ୧୯୧୪ ମସିହାରୁ କୁତବ ମୀନାର ଏକ ସଂରକ୍ଷିତ ସ୍ମାରକୀ ଭାବେ ରହିଆସିଛି । ଏହାର ସଂରଚନାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ଏହି ସ୍ମାରକୀରେ କୌଣସି ବି ଧର୍ମର ଲୋକଙ୍କୁ ପୂଜାପାଠ କରିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏଠାରେ କେବେବି ପୂଜା ପାଠ ହୋଇନାହିଁ । ହିନ୍ଦୁ ପକ୍ଷରୁ କରାଯାଇଥିବା ଆବେଦନ ଆଇନ ରୂପେ ବୈଧ ନୁହେଁ ବୋଲି ଏଏସଆଇ କହିଛି ।

ଏଥିସହ ପୁରୁଣା ମନ୍ଦିରକୁ ଭାଙ୍ଗିବା ଏବଂ କୁତବ ମୀନାର କମ୍ପେ୍ଲକ୍ସ ନିର୍ମାଣ କରିବା ଐତିହାସିକ ତଥ୍ୟ । ବର୍ତ୍ତମାନ କୁତବ ମୀନାରରେ ପୂଜା ପାଠ କରିବାର କାହାର ଅଧିକାର ନାହିଁ । ନିକଟରେ କୁତବ ମୀନରରେ ପୂଜା ପାଠ କରିବାକୁ ଅନୁମତି ଦେବା ଦାବିରେ ହରିଶଙ୍କର ଜୈନ କୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନର ଏବେ ଜବାବ ଦାଖଲ କରିଛି ଏଏସ୍‌ଆଇ ।